କଟକ ସଦର,୦୭/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ସଭାପତି, ବିଶିଷ୍ଟ ସମାଜସେବୀ,ସି ଭି ରମଣ ଇଞ୍ଜିନିୟରିଂ କଲେଜ ର ପରିଚାଳନା ନିର୍ଦ୍ଦେଶକ, ପ୍ରଫେସର ମନୋଜ ନାୟକ ଝାଡ଼ଖଣ୍ଡରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ସନ୍ଦର୍ଭ ପାଠ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏଥିରେ ଝାଡ଼ଖଣ୍ଡ ସରକାରଙ୍କ ପୂର୍ବତନ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ ନିରା ଯାଦବଙ୍କ ସମେତ ବହୁ ଶିକ୍ଷାବିତ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଝାଡ଼ଖଣ୍ଡ ଉଚ୍ଚ ଶିକ୍ଷା ବିଭାଗ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଲେ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ
