୧୩ ଜଣ ହାଇ ପ୍ରୋଫାଇଲ୍ ଜୁଆଡି ଗିରଫ,୧୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ
କଟକ ସଦର,୦୭/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ କମିଶନରେଟ ମଙ୍ଗଳାବାଗ ଥାନା ଅନ୍ତର୍ଗତ ବଜ୍ର କଵାଟି ରୋଡରେ ଥିବା ମହାବୀର ଗ୍ୟାଲେକ୍ସି ହୋଟେଲ ରେ ଚାଲିଥିବା ହାଇ ପ୍ରୋଫାଇଲ୍ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ପୋଲିସ ୧୩ ଜଣ ହାଇ ପ୍ରୋଫାଇଲ୍ ଜୁଆଡିଙ୍କୁ ଗିରଫ କରିଥିବା ଜଣାପଡିଛି। ସେମାନଙ୍କ ଠାରୁ ୧୮ ଲକ୍ଷ ୩୦ ହଜାର ଟଙ୍କା,୧୪ ଟି ମୋବାଇଲ ଫୋନ୍,ଜୁଆ ଖେଳ ପାଇଁ କିଛି ଟୋକନ, ମଟରସାଇକେଲ ଏଵଂ କାର୍ ଜବତ ହୋଇଛି। ତେବେ ହୋଟେଲ ଭିତରେ ଏଭଳି ବେଆଇନ କାର୍ଯ୍ୟ କେବେଠାରୁ ହେଉଥିଲା ତାକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।
