ସୋମପୁର କିଶନନଗର ରାସ୍ତା କଡରେ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ ବିପଦ ସଙ୍କୁଳ ଅବସ୍ଥାରେ, ଜିଲ୍ଲା ଶିକ୍ଷା ଅଧିକାରୀ ଜାଣି ଅଜଣା 

କଟକ ସଦର,୦୯/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସୋମପୁର କିଶନନଗର ରାସ୍ତାର ସାନ ବୁଢିଆଣୀ ଠାକୁରାଣୀ ମନ୍ଦିର ନିକଟରେ ଗଢି ଉଠିଥିବା ଘରୋଇ ଇଂରାଜୀ ମାଧ୍ୟମ ଉଇସଡମ୍ ସ୍କୁଲ ୩୩ କେଭି ବିଦ୍ୟୁତ୍ ଲାଇନ୍ ତଳେ ବିପଦପୂର୍ଣ୍ଣ ଅଵସ୍ଥାରେ ଚାଲୁଥିବା କାହା ସ୍ୱାର୍ଥରେ ବୋଲି ସାଧାରଣରେ ଅଭିଯୋଗ ହେଉଛି। ଏହାକୁ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତ ଜାଣିଥିଲେ ବି ଅଜଣା ବୋଲି ସଫେଇ ଦେଉଥିବା ଜଣାପଡିଛି।ଏ ସମ୍ପର୍କରେ ଶିକ୍ଷା ଅଧିକାରୀଙ୍କୁ କିଶନନଗର ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିମାନେ ଅଭିଯୋଗ କରିଥିଲେ ବି ଏହା ଆମ ବିନା ଅନୁମତିରେ ଚାଲିଥିବା କହିଥିଲେ। ହେଲେ ଯଦି କୈ। ଣସି ଅଘଟଣ ଘଟିଲା ତେବେ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ, ସ୍ଥାନୀୟ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *