ମାଇଁ ଏନସିସି ଆଲୁମିନି ଆସୋସିଏସନର ପ୍ରତିଷ୍ଠା ଦିବସ ପାଳିତ

କେନ୍ଦ୍ରାପଡ଼ା, ୦୮/୦୪/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜିକୃତ ମାଇଁ ଏନସିସି ଆଲୁମିନି ଆସୋସିଏସନର ସପ୍ତମ ବାର୍ଷିକ ପ୍ରତିଷ୍ଠା ଦିବସ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ କାଜଳା ସ୍ଥିତ ନିମାଇଁ ଚରଣ ମାନସିକ ନୁନ୍ୟତା ସଂସ୍ଥାନର ଛାତ୍ରଛାତ୍ରୀ ମାନଙ୍କୁ ଆସୋସିଏସନ ପକ୍ଷରୁ ଶୁଖିଲା ଖାଦ୍ୟ, ଚକଲେଟ ଓ କେକ ପ୍ରଭୃତି ବଂଟନ କରାଯାଇ ପାଳନ କରାଯାଇଥିଲା । ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇ ଏକ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି କରାଯାଇଥିଲା । ଏହି ନିରାଡମ୍ବର କାର୍ଯ୍ୟକ୍ରମରେ ଏନସିସି ବାଳିକା ବିଭାଗର କ୍ୟାପଟେନ ସୀମା ମହାନ୍ତି ଏବଂ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱପ୍ନାସୁ ଦାସ, ସ୍କୁଲର ସମସ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏନସିସି ବାଳକ ଓ ବାଳିକା ବିଭାଗର ସମସ୍ତ କ୍ୟାଡେଟଙ୍କ ସମେତ ବହୁ ପୁରାତନ କ୍ୟାଡେଟ ମାନେ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ କୁମାର ଜେନା, ଶ୍ରୀକାନ୍ତ ପୋଥାଳ, ଆଶିଷ ଦାସ, ସାଜିଦ ଖାନ୍, ଉମେଶ ଜେନା, ହିମାଂଶୁ ପ୍ରଧାନ, ଦେବପ୍ରସନ୍ନ ସ୍ୱାଇଁ, ରାଜକିଶୋର ଖୁଂଟିଆ, ସେକ ରିଆଜୁଦିନ, ଅଭିଜିତ ଜେନା, ଦିପ୍ତୀରଞ୍ଜନ ବେହେରା, ଦେବି ପ୍ରସାଦ ସାହୁ, ସୁଜିତ କୁମାର ସେଠୀ ଓ ଚିନ୍ମୟ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *