କଟକ ସଦର,୯/୮/୨୦୨୪ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ଗ୍ରାମାଞ୍ଚଳରେ ହକି ଖେଳକୁ ଅଗ୍ରାଧିକାର ଦେବାକୁ କିଶନନଗର ଠାରେ ଏକ ପ୍ରଶିକ୍ଷଣ ପାଇଁ ଟାଟା ନାଭାଲ ହକି ଏକାଡେମୀ ପକ୍ଷରୁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାଯାଇଛି। ଏଥିପାଇଁ ଆଜି ଶୁକ୍ରବାର ଦିନ ଟାଟା ନାଭାଲ ହକି ଏକାଡେମୀ ସଂଯୋଜକ ଶେଖର ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଏକ ପ୍ରତନିଧି ମଣ୍ଡଳୀ କିଶନନଗର ହାଇସ୍କୁଲ ପଡିଆ ଵୁଲି ସନ୍ତୋଷ ପ୍ରକାଶ କରିବା ସହିତ ହକି ପ୍ରଶିକ୍ଷଣ ପାଇଁ ଏହା ଉପଯୁକ୍ତ ପଡିଆ ଵୋଲି କହିଛନ୍ତି।ଏହି ପ୍ରଶିକ୍ଷଣ ଆଞ୍ଚଳିକ ସ୍ପୋର୍ଟସ ଆଣ୍ଡ ଗେମସ୍ ଆସୋସିଏସନ୍ (ଆସଗା) ଆନୁକୁଲ୍ୟରେ ହେବାକୁ ଯାଉଥିବାରୁ ଆଜିର ଏହି କ୍ଷେତ୍ର ପ୍ରସ୍ତୁତି ସମୟରେ ଆସୋସିଏସନ୍ ର ସଭାପତି କାଙ୍ଗାଳି ଚରଣ ବେହେରା, ସଂପାଦକ ପ୍ରଶାନ୍ତ କୁମାର ଦାସ, ମୂଖ୍ୟ ସଂଯୋଜକ ମହମ୍ମଦ ଅଫସର ଙ୍କ ସମେତ ପୂର୍ବତନ ଜାତୀୟ ହକି ଖେଳାଳି ତଥା ଇଷ୍ଟ କୋଷ୍ଟ ରେଲୱେ ହକି କୋଚ୍ ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜ୍ଞାନରଞ୍ଜନ ବିଶୋଇ,ସାଦିକ୍ ମହମ୍ମଦ, ଅଭୟ କୁମାର ବିଶୋଇ, ଅନନ୍ତ ମଲ୍ଲିକ କିଶନନଗର କଲେଜ ଖେଳ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ, ହାଇସ୍କୁଲ ଖେଳ ଶିକ୍ଷକ ଜୀତେଂଜୟ ମହାନ୍ତି,ନାରଦା ହାଇସ୍କୁଲର ଖେଳ ଶିକ୍ଷକ ରଂଜିତ୍ ଦାସ ପ୍ରମୁଖ ସହାୟତା କରିଥିଲେ।