ନିମାପଡ଼ା, ୧୦/୦୩/୨୦୨୪ (ଓଡ଼ିଶା ସମାଚାର)-ଆଜି ନିମାପଡା ବ୍ଲକର ୬ ଟି ପଞ୍ଚାୟତରେ ବିଭିନ ପ୍ରକଳ୍ପର ଲୋକାର୍ପଣ କିର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ବିଧାୟକ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ଏବଂ ପଞ୍ଚାୟତରାଜ ବିଭାଗ ପକ୍ଷରୁ ନିର୍ମାଣଧୀନ ୩୦ଟି ପ୍ରକଳ୍ପକୁ ଉଦଘାଟନ କରିଥିଲେ l ଏହି ବ୍ଲକର ବାମନାଳ, ଅନ୍ତୁଆର,ଅରିଷଣ୍ଡ, ଧଳେଶ୍ୱରର, ବଡ଼ମାଚ୍ଛାପୁର ଓ ଶଗଡ଼ା ଆଦି ପଞ୍ଚାୟତରେ ୩ଟି ଉଚ୍ଚକ୍ଷମତାସମ୍ପର୍ଣ ପାନୀୟଜଳ ପ୍ରକଳ୍ପ ଓ ୨୭ଟି କୋଠଘର,ମିଶନ ଶକ୍ତିଗୃହ, ଲାଇବ୍ରେରୀ, କମ୍ୟୁନିଟି ସେଣ୍ଟର ଏବଂ କୋଅପରେଟିଭ ଗୋଦାମ ଗୃହ ପାଇଁ ମୋଟ ୩୦ କୋଟି ଟଙ୍କାର ଅନୁଦାନ ରାଜ୍ୟସରକାର ଯୋଗାଇଦେଇଥିଲେ l ଏହି କାର୍ଯ୍ୟକ୍ରମରେ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ବ୍ଲକ ବିଜେଡି ସଭାପତି ଅଶୋକ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅଜୟ ସ୍ୱାଇଁ , କୋଅପରେଟିଭ ବ୍ୟାଙ୍କ ସଭାପତି କିଶୋର ଛୋଟରାୟ, ଯନ୍ତ୍ରୀ ପ୍ରବୀର ବଳ, ସରପଞ୍ଚ ସୁରେନ୍ଦ୍ର ସ୍ବାଇଁ, ପ୍ରମୁଖ ଯୋଗଦେଇଥିଲେ ।