କେନ୍ଦ୍ରାପଡା,୨୦/୧୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ କରଞ୍ଜ ଗ୍ରାମରେ ସ୍ବର୍ଗତ ନାରାୟଣ ଆଚାର୍ଯ୍ୟଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତି ସଭା ଏବଂ କେନ୍ଦ୍ରାପଡ଼ାର ସଙ୍ଗୀତ ନିର୍ଝର ଦ୍ଵାରା ଭଜନ କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା। ଆଦର୍ଶ ଶିକ୍ଷକ ସ୍ବର୍ଗତ ଆଚାର୍ଯ୍ୟ ଜଣେ ଭଦ୍ର, ସରଳ, ମିଷ୍ଠଭାଷୀ ଏବଂ ଉକ୍ତ ଅଞ୍ଚଳର ଜଣେ ବିଶିଷ୍ଠ ବ୍ୟକ୍ତି ଥିଲେ। ସେ ଦୀର୍ଘ ବର୍ଷ ଧରି କରଞ୍ଜ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଭାବେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଥିଲେ।
ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉକ୍ତ ଅଂଚଳରେ ଅନେକ ଶିକ୍ଷାନୁଷ୍ଠାନ ଗଠନ କରାହେବା ସହିତ ବିଭିନ୍ନ ଜନହିତକର କାର୍ଯ୍ୟ କରାଯାଇଥିଲା ବୋଲି ସ୍ମୃତିସଭାରେ ଯୋଗ ଦେଇଥିବା ବକ୍ତାମାନେ ମତପ୍ରକାଶ କରିଥିଲେ। ଉକ୍ତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ସ୍ୱାଇଁ, ନିତ୍ୟାନନ୍ଦ ସାହୁ, ପୂର୍ବତନ ସରପଂଚ ନିରୋଦ ଆଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି, ନିର୍ମଳ ଆଚାର୍ଯ୍ୟ, ବିଜୟ ଆଚାର୍ଯ୍ୟ, ମନୋରଞ୍ଜନ ସାହୁ, କୁମାରୀ ସ୍ନେହଲତା ଆଚାର୍ଯ୍ୟ , ଜ୍ବାଇଁ ଶ୍ରୀମନ୍ତ ନନ୍ଦ, ଜ୍ୟେଷ୍ଠପୁତ୍ର ବିମଳେନ୍ଦୁ ଆଚାର୍ଯ୍ୟ ଏବଂ କନିଷ୍ଠ ପୁତ୍ର ଶୁଭେନ୍ଦୁ ଆଚାର୍ଯ୍ୟ ଯୋଗଦେଇ ଦିବଂଗତ ଆତ୍ମାଙ୍କର ସ୍ମୃତିଚାରଣ କରିଥିଲେ।
