ନିଶ୍ଚିନ୍ତକୋଇଲି, ୦୬/୦୫/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା )କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧିନସ୍ଥ ସୁକରପଡା ପଂଚାୟତସ୍ଥ ରାଣୀପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦ୍ୱିବିଂଶ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ନିଶ୍ଚିନ୍ତକୋଇଲି ମଣ୍ଡଳ ଅବସରପ୍ରାପ୍ତ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଡ. ପ୍ରସନ୍ନ କୁମାର ଦାସଙ୍କ ସଂଯୋଜନାରେ ବିଦ୍ୟାଳୟର ସଭାପତି ବିଷ୍ଣୁ ଚରଣ ନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ପଂଚାୟତରାଜ ବିଭାଗ ପ୍ରଶିକ୍ଷକ ତଥା ବିଶିଷ୍ଟ ପରିବେଶବିତ୍ ପ୍ରମୋଦ କୁମାର ଦାଶ ଯୋଗଦାନ କରି କୋମଳମତି ଶିଶୁମାନଙ୍କ ଶୈଖିକ ବିକାଶ ଏବଂ ମାନବିକ ମୂଲ୍ୟବୋଧର ସଫଳ ରୂପାୟନରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଭୂମିକା ଅନସ୍ୱୀକାର୍ଯ୍ୟ ବୋଲି ମତ ଦେଇଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ କଟକ ଜିଲ୍ଲା ସଂଯୋଜକ ଧରଣୀଧର ବେହେରା, ସମ୍ମାନୀତ ଅତିଥି ଭାବେ ଅସୁରେଶ୍ୱର ସିଆରସିସି କିଶୋର ଚନ୍ଦ୍ର ନାଥ, ଅବସରପ୍ରାପ୍ତ ଅଧ୍ୟାପକ ରବିନ୍ଦ୍ରନାରାୟଣ ଷଢଙ୍ଗୀ, ନବୋଦୟ ବିଦ୍ୟାଳୟ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ଶିଶୁ ସାହିତ୍ୟିକା ବିଦ୍ୟାଶ୍ରୀ ଚିନ୍ମୟୀପ୍ରଭା କର ପ୍ରମୁଖ ଯୋଗଦାନ କରିଥିଲେ । ଅନୁଷ୍ଠାନର ସଂପାଦକ ପ୍ରଦୀପ୍ତ କୁମାର ନାୟକ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ବିଦ୍ୟାମନ୍ଦିର ଛାତ୍ରୀମାନଙ୍କ ଦ୍ୱାରା ସାମୁହିକ ସ୍ୱାଗତ ସଂଗୀତ ପରିବେଶଣ କରାଯାଇଥିଲା । କାର୍ଯ୍ୟକ୍ରମ ଅବସରରେ ଉଲ୍ଲେଖନୀୟ ଅବଦାନ ଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମାନପତ୍ର ଓ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବନ୍ଦେମାତରମ୍ ଆଦି ବହୁ ଆକର୍ଷଣୀୟ ହୋଇଥିଲା । ଉତ୍ସବ ପରିଚାଳନାରେ ସହ ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ମିଶ୍ର, ଆଚାର୍ଯ୍ୟା ପ୍ରଭାସିନୀ ନାୟକ, ମମତା ସାହୁ, ସସ୍ମିତା ମୁଦୁଲି, କନକଲତା ବାରିକ, ମମତା ଦାସ, ଶୁଭଲକ୍ଷ୍ମୀ ଭୂୟାଁ, ଅଜୟ କୁମାର ମିଶ୍ର, ରଶ୍ମିତା ବାରିକ, ଶୁଭଲକ୍ଷ୍ମୀ ନାୟକ, ବର୍ଷାରାଣୀ ସାହୁ, ଶୁଭଲକ୍ଷ୍ମୀ ସାହୁ, କଣ୍ଡୁରୀ ଚରଣ ସ୍ୱାଇଁ, ପ୍ରମୋଦ କୁମାର ନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସହସ୍ରାଧିକ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଅଭିଭାବକମାନେ ଯୋଗଦାନ କରିଥିଲେ । ଶେଷରେ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
