ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କଟକ,୦୬/୦୫/୨୦୨୬ (ଓଡ଼ିଶା ସମାଚାର)-କଟକ ସଦର ବ୍ଲକ ଅଧିନସ୍ଥ ଲାପ୍ରୋସି ହୋମ ସରକାରୀ ପ୍ରାଥମିକ ବିଦ୍ୟାଳୟ ନୂଆବଜାର ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତି ଧଳ ଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ କଟକସଦର ଅତିରିକ୍ତ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଅନନ୍ତ ଚରଣ ଦେହୁରୀ, ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ବେହେରା, ଶ୍ରୀଯୁକ୍ତ ଦେବେନ୍ଦ୍ର ମୋହନ ଗମାଙ୍ଗ, ମହାନଦୀ ବିହାର କ୍ଲଷ୍ଟର ଆଞ୍ଚଳିକ ସାଧରଣ ସଂଯୋଜକ ମୋନାଲିସା ପାଢ଼ୀ, ଅବସରପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟୋଧନ ସାହୁ, ଶିକ୍ଷକ ଶଙ୍କର୍ଷଣ ବେହେରା, ରାଧାନାଥ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ନାୟକ, ଏବଂ କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଶ୍ରୀମତୀ ଧଳଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ।

ଉକ୍ତ ଉତ୍ସବ ପରିଚାଳନାରେ ଲାପ୍ରୋସି ହୋମ ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ କାଦମ୍ବିନୀ ଭୂୟାଁ, ଶିକ୍ଷକ କାର୍ତ୍ତିକେଶ୍ୱର ଡାକୁଆ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ। ଶିକ୍ଷୟିତ୍ରୀ ମିନତୀ ଧଳ ୩୬ବର୍ଷ ଧରି ଶିକ୍ଷା ବିଭାଗରେ କାର୍ଯ୍ୟ କରିଥିଲା ବେଳେ  ୭ବର୍ଷ ଧରି ସିଆରସିସି ଭାବେ କାର୍ଯ୍ୟ କରିଥିଲେ। କଟକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମଧ୍ୟ ରହିଥିଲେ। ଉକ୍ତ ବିଦ୍ୟାଳୟରେ ୬ବର୍ଷ କାର୍ଯ୍ୟ କରି ବିଦ୍ୟାଳୟର ବହୁ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ। ଏହି ଅବସରରେ ତାଙ୍କୁ  ମାନପତ୍ର ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *