ସହିଦ  ବାଜିରାଉତଙ୍କ ଜୟନ୍ତୀ ପାଳିତ

 ଭୁବନ ୦୫/୧୦/୨୦୨୪ (ଓଡ଼ିଶା ସମାଚାର)-ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ବିଶ୍ଵର ସର୍ବ କନିଷ୍ଠ ସହିଦ ବୀର ବାଜି ରାଉତ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଅଜିତ କୁମାର ବେହେରା ସଭାପତିତ୍ବ କରି କହିଥିଲେ ଯେ ବାଜି ରାଉତ କେବଳ ଭୁବନ ମାଟିର ଗର୍ବ ଓ ଗୌରବ ନୁହନ୍ତି , ସେ ସମଗ୍ର ପୃଥିବୀରେ ତ୍ୟାଗ ଓ ବଳିଦାନର ଅନ୍ୟନାମ ।  ଆଜିର ବିଦ୍ୟାର୍ଥୀ / ଯୁବକ ମାନେ ବୀର ବାଜି ରାଉତଙ୍କ ଭଳି ସାହସୀ ଓ ଦେଶ ପ୍ରେମୀ ହେବାକୁ  ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ଭୂୟାଁ , ଗୌରାଙ୍ଗ ଚରଣ ମହାରଣା ,  ବାସୁଦେବ ସାହୁ , ଅନୀଳ କୁମାର ଧିର , ଗ୍ରନ୍ଥଗାରିକ ନନ୍ଦକିଶୋର ଧିର , ମୁଖ୍ୟ କିରାଣୀ କୈଳାଶ ଚନ୍ଦ୍ର ବେହେରା  ପ୍ରମୁଖ ଆହ୍ବାନ ଦେଇଥିଲେ।ଯୋଗଦାନ କରି ନିଜସ୍ୱ ଅଭିଭାଷଣ ପ୍ରଦାନ କରିଥିଲେ ।  ଅଧ୍ୟାପକ ଆଲୋକ ରଞ୍ଜନ ଷଡ଼ଙ୍ଗୀ  କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷଙ୍କ ଦ୍ୱାରା ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପ୍ରଦାନ ପୂର୍ବକ , ଅଧ୍ୟାପକ ସୁକାନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ସ୍କାଉଟ୍ ଗାଇଡ୍ ର ଛାତ୍ରଛାତ୍ରୀଙ୍କୁ ନେଇ ମହାବିଦ୍ୟାଳୟର ପରିସର ଭିତରେ ଏକ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଜ୍ୟୋତିଶ କୁମାର ସାହୁ ବାଜି ରାଉତଙ୍କ ଜୀବନୀ ଆଧାରିତ ଏକ ପ୍ରାମାଣିକ ଚିତ୍ର ପରିବେଷଣ କରି ବଳିଦାନ ଓ ତ୍ୟାଗର ଭାବନାରେ ରସାପ୍ଲୁତ କରିଥିଲେ ।  ଅଧ୍ୟାପକ କରୁଣାକର ରାଉଳ ,  ହେମନ୍ତ ରାଉତ ,   ବିକାଶ ସେଠୀ  , ଅଧ୍ୟାପିକା ଧାନୀ ମୂର୍ମୂ  ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଅଧ୍ୟାପକ ସୁକ୍ତାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *