ଭୁବନ,୩୧/୭/୨୦୨୪ (ଓଡ଼ିଶା ସମାଚାର)-ଭୁବନ ଏନ୍ ଏ ସି ଅନ୍ତର୍ଗତ ଭିତରଦିଗ ପଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନ ମୋହନ ପୃଷ୍ଟି ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଶିକ୍ଷକ ସଂଘ ସଭାପତି ସଞ୍ଜୟ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଦୈତ୍ୟ ସାମଲ, ସମ୍ମାନିତ ଅତିଥି ଭାବେ ଏ ବି ଇ ଓ ପୁଷ୍ପାଞ୍ଜଳି ମିଷ୍ର, ସୁମତି ପ୍ରଧାନ,ଅବସରପ୍ରାପ୍ତ ବରିଷ୍ଠ କିରାଣୀ ଗଣେଶ୍ୱର ପୃଷ୍ଟି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ ପୋଥାଳ ଯୋଗଦେଇ ଶିକ୍ଷକ ଶ୍ରୀଯୁକ୍ତ ପୃଷ୍ଟି ଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଶ୍ରୀଯୁକ୍ତ ପୃଷ୍ଟି ନିଜ କୋହଭରା କଣ୍ଠରେ ୧୯୮୯ ମସିହା ସେପ୍ଟେମ୍ବର ୧୫ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୩୫ ବର୍ଷ ନିଜ ଶିକ୍ଷକତା ଜୀବନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପ୍ରଧାନ ଶିକ୍ଷକ ମନ ମୋହନ ପୃଷ୍ଟି ଙ୍କୁ ପ୍ରଶଂସା ପତ୍ର,ପୁଷ୍ପଗୁଛ,ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯିବା ସହ ଉପହାର ପ୍ରଦାନ କରାଯାଇଥିଲା ।