ମାହାଙ୍ଗା,୦୭/୧୦/୨୦୨୫ (ଓଡିଶା ସମାଚାର / ଅଭୟ ଜେନା ) – ଓଡ଼ିଆ ଗୀତିନାଟ୍ୟ ଜଗତର ମଉଡମଣୀ, ପ୍ରଥିତଯଶା ସାରସ୍ୱତ ସାଧକ, ଗଣକବି ବୈଷ୍ଣବ ପାଣିଙ୍କ ୧୪୩ ତମ ଜନ୍ମ ଜୟନ୍ତୀ ଓଡ଼ିଆ ନାଟ୍ୟ କଳାର ତୀର୍ଥକ୍ଷେତ୍ର କୋଠପଦା ଠାରେ ଉଦଘାଟିତ ହୋଇଯାଇଛି । ମାହାଙ୍ଗା ବିକାଶ ପରିଷଦ ଆନୁକୂଲ୍ୟରେ ୯ ଦିନ ବ୍ୟାପୀ ଆୟୋଜିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମକୁ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର, କଟକ ଏବଂ ମାହାଙ୍ଗାର କୋଠପଦା ଠାରେ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।
ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାରସ୍ୱତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଧାୟକ ଶ୍ରୀ ପ୍ରଧାନ କହିଲେ, ଗଣକବି ସାଧାରଣ ତେଲଲୁଣ ଦୁନିଆଁର ମେହେନତି ମଣିଷ ପାଇଁ ଲେଖନୀ ଚାଳନା କରୁଥିଲେ । ଓଡ଼ିଆ ଜାତି ଏହି କାଳଜୟୀ ସ୍ରଷ୍ଠାଙ୍କ କୀର୍ତ୍ତି ଓ କୃତୀର ମୂଲ୍ୟାୟନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡକ୍ଟର ଅଶୋକ କୁମାର ରାଉତ, ଆତ୍ମାର ଅଧ୍ୟକ୍ଷ କିଶୋର କୁମାର ରାଉତ, ଉପାଧ୍ୟକ୍ଷ ନୃସିଂହ ଚରଣ ମିଶ୍ର, ଜିତେନ୍ଦ୍ର କୁମାର ଶତପଥୀ,ବିଶ୍ୱନାଥ ଜେନା, ସମିତିସଭ୍ୟ ମନୋରଞ୍ଜନ ନାୟକ, ସୁରେନ୍ଦ୍ର କୁମାର ମହାନ୍ତି, ଭକ୍ତ ଚରଣ ସ୍ୱାଇଁ, ଅଶୋକ କୁମାର ବିଶ୍ୱାଳ, ମନୋରଞ୍ଜନ ବିଶ୍ୱାଳ,ବିଶ୍ୱେଶ୍ୱର ମହାନ୍ତି, ନିରଞ୍ଜନ ମୁଦୁଲି, ପନଗ ଭୂଷଣ ଦାସ, ଉପେନ୍ଦ୍ର ନାଥ ରଣା,ତାରାକାନ୍ତ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅଜୟ ନାୟକ, ପ୍ରତାପ କିଶୋର ନାୟକ,ଅରୁଣ କୁମାର ସେଠୀ, ଅଭିନ୍ନ ଜେନା, ମନୋରଞ୍ଜନ ବିଶ୍ୱାଳ,ଉମେଶ ଚନ୍ଦ୍ର ଭଞ୍ଜ, ଗୌତମ ଶତପଥୀ,ରଂଜିତ ବରାଳ,ଯଯାତି ସିଂ, ସୁରେଶ ବଳ, ରବୀନ୍ଦ୍ର ପୃଷ୍ଟି,ପ୍ରଭାତ ଘଡେଇ, ଗୌରୀଶଙ୍କର ମହାପାତ୍ର,ପ୍ରମୁଖ ଯୋଗଦେଇ ଗଣକବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, ସାମ୍ବାଦିକ, କଳାକାର,ନିର୍ବାଚିତ ଜନ ପ୍ରତିନିଧି ଏବଂ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀ ପ୍ରଧାନ କବିଙ୍କ ପୈତୃକ ଭିଟାମାଟି,କବିଙ୍କ ପ୍ରିୟ ରଘୁନାଥଜୀୟୁ ମଠ,କବି ଅଧ୍ୟୟନ କରୁଥିବା କୋଠପଦା ମାଇନରସ୍କୁଲ,ପ୍ରମୁଖ ବିଭିନ୍ନ ସ୍ମରଣୀୟ ପୀଠ ଦର୍ଶନ କରିଥିଲେ ।
