Breaking News : ଦେଶୀ ବନ୍ଧୁକ ତିଆରି କାରଖାନା ଠାବ : ୩ଟି ଦେଶୀ ବନ୍ଧୁକ ସହ ବ୍ୟବହୃତ ସାମଗ୍ରୀ ଜବତ , ଜଣେ ଗିରଫ

ବାଲିଗୁଡା,୦୬/୦୫/୨୬(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଏକ ଅବୈଧ ଦେଶୀ ବନ୍ଧୁକ କାରଖାନା ଠାବ ହୋଇଛି ।  ଗୁପ୍ତ ସୂଚନା ଆଧାରରେ ପୋଲିସ ଦଳ ତୁମୁଡିବନ୍ଧ ଥାନା ଲାବଣ୍ୟ ନଗର ଠାରେ ଅବୈଧ ଦେଶୀ ବନ୍ଧୁକ କାରଖାନାରେ ବନ୍ଧୁକ ସାମଗ୍ରୀ ତିଆରି ଓ ମରାମତି ହେଉଥିବା ସମୟରେ ଅଚାନକ ଚଢ଼ାଉ କରି ସେଠାରେ କାର୍ଯ୍ୟ କରୁଥିବା ଉକ୍ତ ଗ୍ରାମର ଦୈତାରୀ ବିନ୍ଧାଣୀ (୪୦) ଙ୍କୁ  ପୋଲିସ ଗିରଫ କରିବା ସହ ସେଠାରୁ ୩ଟି ଦେଶୀ ବନ୍ଧୁକ, ୨ଟି କାଠର ବଟ୍, ୨ଟି ଲୁହା ବ୍ୟାରେଲ, ୪ଟି ଟ୍ରିଗର ସେଟ୍,  ଗାର୍ଡ ସହ ଇଲେକ୍ଟ୍ରିକ ଡ୍ରିଲ୍ ମେସିନ, କଟର ମେସିନ, ବ୍ଲୋଅର ମେସିନ, ହାମାର, ଛିଜେଲ୍, ଫାଇଲ୍, ପ୍ଲାଏର୍ସ, ରେଞ୍ଚି, ସହ ବିଭିନ୍ନ ଲୁହା କାମର ସାମଗ୍ରୀ ମଧ୍ୟ ଜବତ ହୋଇଛି। ଏହି ସମସ୍ତ ସାମଗ୍ରୀ ଅବୈଧ ଭାବେ ଦେଶୀ ବନ୍ଧୁକ ତିଆରି ଓ ମରାମତି କାର୍ଯ୍ୟରେ ବ୍ୟବହୃତ ହେଉଥିଲା ବୋଲି ଏସ ଡି ପି ଓ ଶୁଭମ ଭୋସଲେ ପ୍ରକାଶ କରିଛନ୍ତି  ।

 ଏ ନେଇ ତୁମୁଡିବନ୍ଧ ଥାନା କେଶ ନଂ. ୬୨/୨୬ ରେ ଆର୍ମସ୍ ଆକ୍ଟ ୧୯୫୯ର ଧାରା ୨୫(୧)(ଏ) ଓ ୨୫(୧-ବି)(ଇ) ଅନୁସାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଅବ୍ୟାହତ ରଖିବା ସହ ଏହି ସବୁ ଘଟଣା ରେ ଅନ୍ୟ କେହି କେହି ସମ୍ପୃକ୍ତ ଅଛନ୍ତି, ସେ ନେଇ କଡାକଡି ଛାନଭିନ ଆରମ୍ଭ ହୋଇଯାଇଛି ।

Leave a Reply

Your email address will not be published. Required fields are marked *