ଭଲ ମଣିଷ ତିଆରି କରିବାରେ ଭାଗବତ ପଥ ପ୍ରଦର୍ଶକ  

ରଘୁନାଥପୁର, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)-  ଭଲ ମଣିଷ ତିଆରି କରିବାରେ ଭାଗବତ ପଥ ପ୍ରଦର୍ଶକ ବୋଲି ସାଦେଇପୁର ପଂଚାୟତର ରାଉତନୂଆଗାଁ ଗ୍ରାମରେ ପୁରାଣ ପ୍ରସିଦ୍ଧ ଅଗସ୍ତିମୁନୀ ଆଶ୍ରମର ବଟଗୋସାଇଁ ପୀଠରେ ତ୍ରୟୋଦଶ ତମ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମରେ ପ୍ରବଚନ ନୀଳମଣି ବାରିକ ଯୋଗଦେଇ ଏହା କହିଥିଲେ  । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ତଥା ବରିଷ୍ଠ ଆଇନ୍ଜୀବି ବିଷ୍ଣୁଚରଣ ତ୍ରିପାଠୀ ପୌରହିତ୍ୟ କରି ଭାଗବତ ହେଉଛି ସବୁ ଶାସ୍ତ୍ର ମଧ୍ୟରେ ଶେଷ୍ଠ ଶାସ୍ତ୍ର ଯିଏକି ପ୍ରତିଦିନ ମଣିଷ ବଂଚିବାର ମାର୍ଗଦେଖାଇଥାଏ ବୋଲି କହିଥିଲେ  । ଏଥିରେ କବି ଆଇନଜୀବି ପ୍ରତାପ କୁମାର ମହାପାତ୍ର ଯୋଗଦେଇ  ପୂର୍ବେ ଭାଗବତ ଟୁଙ୍ଗୀ ଗ୍ରାମ୍ୟ ନ୍ୟାୟାଳୟ ଭଳି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରୁଥିଲା ଏବଂ ଭାଗବତ ହେଉଛି  ଭକ୍ତି ଜ୍ଞାନ ବୈରାଗ୍ୟର ଶାସ୍ତ୍ର ବୋଲି କହିଥିଲେ । ଏଥିରେ ବ୍ୟାସ ସୁକଦେବ ଶତପଥୀ, ବଟକୃଷ୍ଣ ମହାପାତ୍ର, ସୁରେନ୍ଦ୍ର ସେନାପତି, ପଣ୍ଡିତ ମଙ୍ଗରାଜ ପତି, ପଣ୍ଡିତ ଗଙ୍ଗାଧର ପଣ୍ଡା, ଶିବପ୍ରସାଦ ସ୍ୱାଇଁ, ସୁଦର୍ଶନ ସାହୁ, ମଙ୍ଗଳଧ୍ୱଜ ବେହେରା, ଅଚୁ୍ୟତ ମହାରଣା, ଗିରିଧାରୀ ଭୋଇ, ମଙ୍ଗଳଧ୍ୱଜ ବେହେରା, ସଞ୍ଜୟ ବେହେରା, ପ୍ରସନ୍ନ ମଲ୍ଲିକ, ସାଧୁ ରାଧେ ବାବା, ସନାତନ ବାବା, ବେଣୁବାବା, ଆର୍ତତ୍ରାଣ ବାବା ପ୍ରମୁଖ ଯୋଗଦେଇ ଶ୍ରୀମଦ୍ ଭାଗବତ ପ୍ରତିଦିନ ପାଠ କଲେ ମନୁଷ୍ୟର ଜ୍ଞାନ ଓ ବିବେକ ଜାଗ୍ରତ ହେବା ସହିତ ଭାଗବତ ଯିଏ ଶୁଣେ, ଯିଏ ପଢେ, ଆଉ ଯେଉଁମାନେ ଆୟୋଜନ କରନ୍ତି ସେମାନେ ସମସ୍ତେ ପ୍ରଭୁଙ୍କ ପାଦପଦ୍ମରେ ସ୍ଥାନ ପାଇଥାନ୍ତି ବୋଲି କହିଥିଲେ ।  ସାତଦିନ ଧରି କାର୍ଯ୍ୟକ୍ରମରେ ଭାଗବତ ପାରାୟଣ, ପ୍ରବଚନ, ଭଜନକୀର୍ତନ ଅନୁଷ୍ଠିତ ହୋଇଥିଲା  ।

Leave a Reply

Your email address will not be published. Required fields are marked *