ରିଙ୍କୁ ହତ୍ୟାକାଣ୍ଡ ଘର ଵି ମାଟିରେ ମିଶିଲା
କଟକ ସଦର,୦୬/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦୀର୍ଘଦିନ ହେବ ଅସୁରକ୍ଷିତ ଅବସ୍ଥାରେ ପଡିରହିଥିବା କଟକ ନୂଆପଡ଼ା ସରକାରୀ ଛାପାଖାନା କଲୋନୀର ବହୁ ପୁରୁଣା କ୍ୱ।ର୍ଟର୍ସକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିବା ଜଣାପଡିଛି। ଏଥିରେ ପ୍ରାୟ ୧୫ ଟି କ୍ୱ।ର୍ଟର୍ସକୁ ପୁରା ମାତ୍ରାରେ ଭଙ୍ଗାଯାଇ ଥିବା ବେଳେ ଲୋକ ରହିଥିବା ଅନ୍ୟ ୧୫ ଟି କ୍ୱ।ର୍ଟର୍ସରେ ରହିଥିବା ଲୋକଙ୍କୁ ବାହାରି ଯିବାକୁ ୧୫ ଦିନର ମହଲତ ଦିଆଯାଇ ସେମାନଙ୍କର ପାଚେରୀ ଭାଙ୍ଗି ଦିଆଯାଇଛି। ଏଥିରେ ବହୁ ଚର୍ଚ୍ଚିତ ରିଙ୍କୁ ଓରଫ ସୈ।ମ୍ୟ ରଞ୍ଜନ ଜେନାଙ୍କୁ ଯେଉଁ କ୍ୱ।ର୍ଟରରେ ଗୁଳିକରି ହତ୍ୟା କରାଯାଇଥିଲା ସେହି କ୍ୱ।ର୍ଟର ମଧ୍ୟ ମାଟିରେ ମିଶିଛି। ଏହି କ୍ୱ।ର୍ଟର୍ସ ଗୁଡ଼ିକ ଅସାମାଜିକ ମାନଙ୍କ ଆଡ୍ଡାସ୍ଥଳୀ ପାଲଟି ଥିବା ବେଳେ ଏଠାରେ ବହୁ ଅସାମାଜିକ କାର୍ଯ୍ୟକଳାପ ଦୀର୍ଘ ଦିନ ଚାଲିଥିବାକୁ ନେଇ ଅଭିଯୋଗ ହୋଇଆସୁଥିଲା।
