ଆୟତପୁର ହାଇସ୍କୁଲର ମାଟ୍ରିକ ଟପ୍ପର ନିର୍ମାଲ୍ୟ ବେହେରାଙ୍କୁ ସମ୍ବର୍ଦ୍ଧନା 

କଟକ ସଦର,୦୬/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଆୟତପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ନିର୍ମାଲ୍ୟ ବେହେରା ଚଳିତ ମାଟ୍ରିକ ପରୀକ୍ଷାରେ ୫୪୮ ନମ୍ବର ରଖି  ଗ୍ରେଡ଼ ଏ୧ ରେ କୃତକାର୍ଯ୍ୟ ହୋଇଥିବାରୁ ତାଙ୍କୁ ଆଜି ବୁଧବାର ଦିନ ବିଦ୍ୟାଳୟରେ ଉତ୍ସସିତ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାଯାଇଛି।

ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଦିପ୍ତି ବସ୍ତିଆଙ୍କ ପୈ।ରୋହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା  ସଭାରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡ଼ାକ୍ତର ପ୍ରଫେସର ଶରତ କୁମାର ମହାପାତ୍ର, ଆୟତପୁର ସରପଂଚ ରାକେଶ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୈଳାସ ଚନ୍ଦ୍ର ବିଶ୍ୱାଳ, ଫକିରପଡା କ୍ଲଷ୍ଟର ସିଆରସି ଜୈ।ତି ସାହୁ ଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ରହି ନିର୍ମାଲ୍ୟଙ୍କୁ ସମ୍ୱର୍ଦ୍ଧିତ କରିବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

Leave a Reply

Your email address will not be published. Required fields are marked *