କଟକ ସଦର , ୨୦/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ଯଶପଡା ଗଣେଶ ଭସାଣୀ ଦେଖିବାକୁ ଗତକାଲି ଗୁରୁବାର ରାତିରେ ଯାଇଥିବା କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ କୋରପଦା ଗ୍ରାମର ବଟିଆ ଓରଫ ବଟକୃଷ୍ଣ ସାହୁ (୪୨) ନିକଟସ୍ଥ ତାଳଦଣ୍ଡା କେନାଲ ରେ ପଡି ଶୋଚନୀୟ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ପ୍ରକାଶ ଯେ ଵଟିଆ ରାତିରେ ଭସାଣି ଦେଖିବାକୁ ଯାଇଁ ଘରକୁ ନଫେରିଵାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ତାଙ୍କର ସ୍କୁଟିଟି କମରପଦା ତାଳଦଣ୍ଡା କେନାଲ କୂଳରେ ରହିଥିବା ଦେଖିବାକୁ ମିଳିଥିବାବେଳେ କେନାଲରେ ପଡ଼ିଯାଇଥିବା ସନ୍ଦେହ ହୋଇଥିଲା। ହେଲେ ଆଜି ଶୁକ୍ରବାର ଦିନ ସେହି କିଶନନଗର ଥାନା ଅନ୍ତର୍ଗତ ଗଡମା ଠାରେ ନିର୍ମାଣଧୀନ ପୋଲ ନିକଟରେ ଏକ ଶଵ ଭାସୁଥିବା ଖଵର ପ୍ରଚାର ହେବା ପରେ ତାହା ବଟକୃଷ୍ଣଙ୍କର ବୋଲି ଜଣାପଡ଼ିଥିଲା। ଶବକୁ ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ ଗତ ତିନିମାସ ତଳେ ଏକ ସଡ଼କ ଦୁର୍ଘଟଣାରେ ଵଟିଆଙ୍କର ସାନ ଭାଇ ହଟିଆଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।