ଲକ୍ଷ୍ମୀପୁର ସାହିତ୍ୟ ପରିଷଦ ର ୮୨ ତମ ବୈଠକ ଅନୁଷ୍ଠିତ

ଲକ୍ଷ୍ମୀପୁର,୧୯/୦୨/୨୦୨୬ (ଓଡିଶା ସମାଚାର/ପ୍ରମୋଦ ଜେନା)- ଲକ୍ଷ୍ମୀପୁର ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ସାହିତ୍ୟ ପରିଷଦ ର ୮୨ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ପରିଷଦର ସଭାପତି ମହାଦେବ ଶତପଥି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକରେ ଲକ୍ଷ୍ମୀପୁର ଠାରେ ମାଲକାନଗିରି ର ମାଟି ଲଗ୍ନା ସାହିତ୍ୟ ସଂସଦ ର ପ୍ରସ୍ତାବିତ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହେବା ପାଇଁ ଆଲୋଚନା ହୋଇଥିଲା । ପ୍ରସ୍ତାବକ ମାଟି ଲଗ୍ନା ସାହିତ୍ୟ ଅନୁଷ୍ଠାନ ର ସଭାପତି କିଶୋର ଚନ୍ଦ୍ର ପ୍ରଧାନ ଙ୍କ ପ୍ରେରିତ ପତ୍ର ପ୍ରକାରେ, ଲକ୍ଷ୍ମୀପୁର ସାହିତ୍ୟ ପରିଷଦ ର କର୍ମକର୍ତ୍ତା ଓ ସଭ୍ୟ ଙ୍କ ସହଯୋଗ ଓ ସମର୍ଥନ କରିବା ପାଇଁ ଉକ୍ତ ବୈଠକ ର ମୁଖ୍ୟ ପ୍ରସଙ୍ଗ ଥିଲା ।

ଆଲୋଚନା ରେ ଭାଗ ନେଇ ସର୍ବ ଶ୍ରୀ ଡାକ୍ତର ଦେବେଶ ବେହେରା, ଶିକ୍ଷକ ସଂଘ ର କର୍ମକର୍ତ୍ତା ଶ୍ରୀ ସୁରେନ୍ଦ୍ର କୁଳଦୀପ, ଅବସରପ୍ରାପ୍ତ ଯୋଗାଣ ଅଧିକାରୀ ଶ୍ରୀ ଇନ୍ଦ୍ରଜିତ ସାହୁ, ବିଶିଷ୍ଟ ସାହିତ୍ୟିକା ଓ ସମାଜ ସେବୀ ଶ୍ରୀମତୀ ସଂଗୀତା ମିଶ୍ର, ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ ପାଣିଗ୍ରାହୀ, ଗୋପୀନାଥ ମହାପାତ୍ର ଗୁରୁଜୀ, ଲକ୍ଷ୍ମୀପୁର ର ଓଡ଼ିଆ ଅଧ୍ୟାପିକା ସୁଶ୍ରୀ ଶିବାକ୍ତି ନାୟକ, କବିୟତ୍ରୀ ଶ୍ରୀମତୀ ପଦ୍ମିନୀ କରକାର, ସାହିତ୍ୟିକ ଓ ଖଣି ନିଗମ ର କର୍ମକର୍ତା ଶ୍ରୀ ଶାରଦା କାନ୍ତ ରଥ ପ୍ରମୁଖ ଲକ୍ଷ୍ମୀପୁର ଠାରେ ପ୍ରସ୍ତାବିତ ସାହିତ୍ୟ ସମ୍ମିଳନୀ ର ଆୟୋଜନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସାହିତ୍ୟ ପରିଷଦ ର ସମ୍ପାଦକ ଶ୍ରୀ ଅରୁଣ କୁମାର ମିଶ୍ର ପରିଚାଳନା କରିଥିଲେ ।

 

Leave a Reply

Your email address will not be published. Required fields are marked *