Odisha Latest Political News : କଟକ ସଦର ବିଜୁ ଜନତାଦଳ ର ସାଙ୍ଗଠନିକ ବୈଠକ

ନେମାଳ, ୦୨/୦୪/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )-କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନେମାଳ, ତିଳକଣା ଓ ଶାନ୍ତପୁର ଗ୍ରାପରେ ବିଜେଡି ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ତିଳକଣା ରେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ଜନ୍ମ ପୀଠ ରେ ଆୟୋଜିତ ବୈଠକ ରେ ମୁଖ୍ୟ ଅତିଥି ଭାବେ କଟକ ସଦର ନିର୍ବାଚନ ମଣ୍ଡଳୀ ର ବିଜେଡି ପ୍ରାର୍ଥୀ ତଥା ବିଧାୟକ ଚନ୍ଦ୍ର ସାରଥୀ ବେହେରା ଯୋଗ ଦେଇ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖୀ ଯୋଜନା କୁ ସଦର ଅଂଚଳ ରେ ଆହୁରି ତ୍ଵରାନ୍ୱିତ କରି ଓଡିଶା ରେ ଏକ ବିକଶିତ ଓ ପ୍ରଗତିଶୀଳ ନିର୍ବାଚନ ମଣ୍ଡଳୀ ରେ ପରିଣତ କରିବାଦିଗରେ ସମସ୍ତେ ସହଯୋଗ ର ହାତ ବଢ଼ାଇବା ସହ ଶଙ୍ଖ ଚି଼ହ୍ନ ରେ ବିପୁଳ ପରିମାଣ ରେ ଭୋଟ ଦେବାକୁ ନିବେଦନ କରିଥିଲେ । ସେହିପରି  ନେମାଳ ଗ୍ରାପ ର ଜାଗୁଳାଇପୀଠ ଓ ଶାନ୍ତପୁର ଗ୍ରାପ ର ଦଧିବାମନଜୀଉ ପୀଠ ରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲପରିଷଦ ସଭ୍ୟ ଇଂ ବିଳାସ କୁମାର ଭୋଇ, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରାକ୍ତନ ସରପଞ୍ଚ ବିଶ୍ୱନାଥ ପଣ୍ଡା, ବିଜେଡି ସଭାପତି ରମେଶ ଚନ୍ଦ୍ର ଜେନା,ନରହରି ବାରିକ, ବାବାଜୀ ଚରଣ ନାୟକ, ସୁକାନ୍ତ ସ୍ୱାଇଁ , ବିମଳ ଦାସ, ସରପଞ୍ଚ ସସ୍ମିତା ମହାନ୍ତି, ଭୈରବ କlସ୍ତ, ସୁନାକରସାହୁ ବଳଦେବାନନ୍ଦ ଦାସ, ହିମାଂଶୁ ଶେଖର ଦାସ ସମିତି ସଭ୍ୟ ବିଶ୍ୱେନ୍ଦୁ ମହାରଣା, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ଭୂୟାଁ, ଯୁବ ବିଜେଡି ସଭାପତି ମଳୟ ରଞ୍ଜନ ଦାସ, ନୃସିଂହ ଚରଣ ମୁଦୁଲି ଦର୍ଶନ ନାୟକ, ଅଲେଖ ଦଳାଇ, ଭୈରବ ଜେନା ଦୁର୍ଯ୍ୟୋଧନ ପଣ୍ଡା, ଅଟଳ ମହାପାତ୍ର ଙ୍କ ସମେତ ବହୁ କର୍ମୀ ଯୋଗଦେଇ ଆଗାମୀ ନିର୍ବାଚନ ରେ ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ବେହେରା ଙ୍କୁ ବିପୁଳ ଭୋଟ ରେ ବିଜୟୀ କରିବାକୁ ବଜ୍ରଶପଥ ନେଇଥିଲେ ।

Leave a Reply

Your email address will not be published. Required fields are marked *