ଭାରତ ମସଲାର ବ୍ରାଣ୍ଡ ଆମ୍ବାସଡର ହେଲେ ବବି ଦେଓଲ

କଟକ, ୦୪/୦୫/୨୦୨୬ (ଓଡ଼ିଶା ସମାଚାର)- ପୂର୍ଵ ଭାରତର ଅଗ୍ରଣୀ ମସଲା ଓ ଖାଦ୍ୟର ନାମୀ କମ୍ପାନୀ ଭାରତ ମସଲା ପକ୍ଷରୁ ପ୍ରସିଦ୍ଧ ବଲିଉଡ ଅଭିନେତା ବବି ଦେଓଲଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ବ୍ୟବହାର କରିବା ପାଇଁ ଏମଓୟୁ ସ୍ଵାକ୍ଷରିତ ହୋଇଛି ବୋଲି କମ୍ପାନୀ ନିର୍ଦେଶକ ସୁଶାନ୍ତ କୁମାର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

୧୯୯୯ ମସିହାରେ ଓଡ଼ିଶାରେ ଏକ ପାରମ୍ପରିକ ମସଲା ଗ୍ରାଇଣ୍ଡିଙ୍ଗ ୟୁନିଟ ଭାବେ ଭାରତ ମସଲାର ଶୁଭାରମ୍ଭ ହୋଇଥିଲା । ମାତ୍ର ଆଜି ଏହା ଏକ ବିଶ୍ୱାସନୀୟ ଏଫଏମସିଜି ବ୍ରାଣ୍ଡ ଭାବେ ପରିଚିତ ହୋଇପାରିଛି । ଦୀର୍ଘ ସମୟ ଧରି ଖ୍ୟାତନାମା ଅଭିନେତା ଧର୍ମେନ୍ଦ୍ର କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଭାବେ କାର୍ଯ୍ୟ କରିଆସୁଥିଲେ । ତାଙ୍କ ଦେହାନ୍ତ ପରେ ବବି ଦେଓଲ ଏହି ଦାୟିତ୍ୱ ତୁଲାଇବେ । କମ୍ପାନୀର ସମସ୍ତ ସାମଗ୍ରୀର ପ୍ରଚାର ପ୍ରସାର ନିମନ୍ତେ ବିଜ୍ଞାପନ ଦାୟିତ୍ୱ ନେବେ ବୋଲି ଏସ ଏନ ମିଲେନିୟମର ସାଧାରଣ ପରିଚାଳକ ଅରୁଣ ନାୟକ କହିଥିଲେ ।

Leave a Reply

Your email address will not be published. Required fields are marked *