ଭୁବନ କଳା ପରିଷଦ ର ବାର୍ଷିକ ଉତ୍ସବ ଉଦଯାପିତ

ଭୁବନ,୨୫/୦୪/୨୦୨୫ (ଓଡ଼ିଶା ସମାଚାର)- ଭୁବନ କଳା ପରିଷଦ ର ବାର୍ଷିକ ଉତ୍ସବ ସ୍ଥାନୀୟ ହିଙ୍ଗୁଳା ମନ୍ଦିର ଯାତ୍ରା ପଡିଆ ଠାରେ ଉଦଯାପିତ ହୋଇଯାଇଛି । ପରିଷଦ ର ସଭାପତି ଦିଲ୍ଲୀପ କୁମାର ଦାସ ଙ୍କ ଅଧ୍ୟକ୍ଷତା ଓ ବିନୋଦ ମହାରଣା ଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ନଗରପାଳ ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ତିନି ଦିନିଆ ବାର୍ଷିକ ଉତ୍ସବ କୁ ଉଦଯାପନ କରିଥିଲେ ।

ସମ୍ମାନିତ ଅତିଥି ଭାବେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା, ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ ,ଆଇ ଆଇ ସି ଧୀରେନ୍ଦ୍ର କୁମାର ସ୍ବାଇଁ ,ଅତିରିକ୍ତ ତହସିଲଦାର ସୁକାନ୍ତ କୁମାର ସାହୁ ଓ ମୁଖ୍ୟବକ୍ତା ଭାବେ ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଯୋଗଦେଇଥିଲେ । ମା ହିଙ୍ଗୁଳା ଦେବୀ ଚାରିଟେବୁଲ ଟ୍ରଷ୍ଟ ସଭାପତି ଶଶି ଭୂଷଣ ପୃଷ୍ଟି, ସମ୍ପାଦକ କୁଞ୍ଜ ବିହାରୀ ଚିନରା ମଞ୍ଚରେ ଉପସ୍ଥିତ ଥିଲେ ।

ଗତ ୨୧ ତାରିଖ ସୋମବାର ରାତ୍ର ବାର ଘଟିକା ସମୟରେ ଦେବାଶିଷ ମିଶ୍ର ଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ କଳାକାର ଙ୍କ ଦ୍ଵାରା ସାମାଜିକ ନାଟକ “କିଏ ପୋଛିବ ଆଖିର ଲୁହ” ୨୨ ତାରିଖ ମଙ୍ଗଳବାର ରାତି ସତ୍ୟବାଦୀ ସେନାପତି ଙ୍କ ନିର୍ଦ୍ଦେଶିତ “ଦେବଦାସୀ” ଓ ଗତ କାଲି ଅନ୍ତିମ ରଜନୀ ରେ ଗୁରୁ ପ୍ରସାଦ ମିଶ୍ର ଙ୍କ ନିର୍ଦ୍ଦେଶନାରେ ” ସେଇ ଗୋଟିଏ ଭୁଲ ପାଇଁ” ମଞ୍ଚସ୍ଥ ହୋଇଥିଲା ।

କଳାକାର ମାନଙ୍କ ଉଚ୍ଚ କୋଟିର ଅଭିନୟ ପାଇଁ ସକାଳ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ ଦର୍ଶକ ଉପସ୍ଥିତ ରହି ନାଟକ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇଂ ଶକ୍ତି ପ୍ରସାଦ ସାହୁ,ମନୋରଞ୍ଜନ ମିଶ୍ର, ଅମ୍ବୁଜ କୁମାର ସାହୁ,ଲକ୍ଷ୍ମଣ କୁମାର ଦାସ,ନିରଞ୍ଜନ ଗୁରୁ ଙ୍କ ସମେତ କଳା ପରିଷଦ ର ସମସ୍ତ ସଦସ୍ୟ ଏବଂ ମା  ହିଙ୍ଗୁଳା ଦେବୀ ଚାରିଟେବୁଲ ଟ୍ରଷ୍ଟ ର ସମସ୍ତ କାର୍ଯ୍ୟକର୍ତ୍ତା ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *