ଯାଜପୁର ୩୧/୧୦/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ସମୂହ ଶପଥ ପାଠ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ଙ୍କୁ ଶପଥ ପାଠ କରାଇଥିଲେ।
ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା କୁ ବଜାୟ ରଖିବା ନିମନ୍ତେ ନିଜକୁ ସମର୍ପିତ କରି ଏବଂ ପ୍ରିୟ ଦେଶବାସୀ ଙ୍କ ମଧ୍ୟରେ ଏହି ବାର୍ତ୍ତା ପ୍ରସାରିତ କରିବାକୁ ସମ୍ପୂର୍ଣ ପ୍ରୟାସ କରିବି।ମୁଁ ଏହି ଶପଥ ଦେଶର ଏକତା ଅକ୍ଷୁର୍ଣ ରଖିବାର ଭାବନା ନେଇଛି ଯାହା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଦୁରଦୃଷ୍ଟି ଓ କାର୍ଯ୍ୟ ବଳରେ ସମ୍ଭବ ହୋଇ ପାରିଥିଲା।ମୋ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ମୋର ସମ୍ପୂର୍ଣ ଯୋଗଦାନ ପାଇଁ ସତ୍ୟନିଷ୍ଠା ସହ ସଂକଳ୍ପ କରୁଛି ।
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶପଥ ପାଠ
