୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଯୁବତୀ ଗିରଫ

ଭୁବନେଶ୍ୱର, ୨୩/୦୩/୨୦୨୪ (ଓଡ଼ିଶା ସମାଚାର)-  ବ୍ରାଉନ୍‌ସୁଗାର କାରବାରରେ ସଂପୃକ୍ତ ୨ ଜଣ ଯୁବତୀଙ୍କୁ କମିସନରେଟ୍‌ ପୁଲିସ ଶୁକ୍ରବାର ରାତିରେ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତା ହେଲେ ପ୍ରଜ୍ଞାପ୍ରିୟା ସ୍ୱାଇଁ ଓ କରିଶ୍ମା ରାଉତ। ପୁଲିସ କହିଛି ଯେ, ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ଵର ଜିଲ୍ଲା ବସ୍ତା ଅଞ୍ଚଳର କରିଶ୍ମା ରାଉତ ରାଜଧାନୀର ଖଣ୍ଡଗିରି ଥାନା ଅଧୀନ ଯଦୁପୁର ଗାଁରେ ଏକ ଭଡ଼ା ଘରେ ରହୁଥିଲେ। ଗିରଫ ୨ ଯୁବତୀ ଆଇଟି ସେକ୍ଟରରେ କାର୍ଯ୍ୟରତ ବୋଲି ଜଣାପଡ଼ିଛି।

ପ୍ରଜ୍ଞା ଓ କରିଶ୍ମା ଯଦିଓ ବୃତ୍ତିରେ ଚାକିରି କରୁଥିଲେ, ତଥାପି ସେମାନଙ୍କର ପେଶା ଥିଲା ବ୍ରାଉନ୍‌ସୁଗାର କାରବାର। ରାଜଧାନୀର ଏକ ବ୍ରାଉନ୍‌ସୁଗର ବେପାରୀଠାରୁ ଆଣି ଦୀର୍ଘଦିନ ଧରି ଏହି ବେପାର ଚଳାଇଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ କମିସନରେଟ୍‌ ପୁଲିସ୍‌ ଶୁକ୍ରବାର ରାତିରେ ଅତର୍କିତ ଚଢ଼ାଉ କରି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି କମିଶନରେଟ ପୁଲିସ ।

Leave a Reply

Your email address will not be published. Required fields are marked *