ନିଶ୍ଚିନ୍ତକୋଇଲି,୦୩/୦୫/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)-କଟକ ସଦର ନିର୍ବାଚନ ମଣ୍ଡଳୀ ତଥା ନିଶ୍ଚିନ୍ତକୋଇଲି ବ୍ଲକ ଗୋପୀନାଥପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହିଳା ଜନଆକ୍ରୋଶ ସମାବେଶ ରବିବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶ ରେ ମୁଖ୍ୟ ଅତିଥିଭାବେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ ଉପସ୍ଥିତ ମହିଳା ମାନଙ୍କୁ ସେମାନଙ୍କ ଅଧିକାର କିପରି ବିରୋଧୀଦଳ ମାନେ ଛିନ୍ନ କରିଛନ୍ତି ସେ ସମ୍ପର୍କରେ ସୂଚନା ଦେଇଥିଲେ ।

ମହିଳା ମାନଙ୍କ ଅଗ୍ରଗତି ବିରୋଧୀଦଳ ଚାହୁଁ ନାହାନ୍ତି । ତେଣୁ ସେମାନଙ୍କୁ ଉଚିତ ଜବାବ ଦେବାକୁ ବିଧାୟକ ଉପସ୍ଥିତ ମହିଳାମାନଙ୍କୁ ଆହ୍ୱାନ ଦେଇଥିଲେ । ସମାବେଶ ରେ ବିଜେପି ନେତ୍ରୀ ରଶ୍ମି ରେଖା ଦାଶ, କଳ୍ପନା ଲେଙ୍କା, ସୁଜାତା ଧଳ, ସସ୍ମିତା ବରାଳ,ଜୟ ଲକ୍ଷ୍ମୀ ସାମନ୍ତରାୟ, ଲକ୍ଷ୍ମୀ ପ୍ରିୟା କାଣ୍ଡି ପ୍ରମୁଖ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମ ରେ ନେମାଳ ମଣ୍ଡଳ ସଭାପତି ମୀନକେତନ ମହାନ୍ତି, ଯୁବ ନେତା ପ୍ରମୋଦ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମହିଳା ମାନଙ୍କ ସହ ବିଧାୟକ ଶ୍ରୀ ସେଠୀ ପଦଯାତ୍ରା ରେ ସମାବେଶ ସ୍ଥଳକୁ ଆସିଥିଲେ ।
