ଏନକାଉଣ୍ଟରରେ ବ୍ରାଉନସୁଗାର ବେପାରୀ ଜାମସେଦ ଆହତ

ଭୁବନେଶ୍ବର,୧୧/୦୪/୨୦୨୫(ଓଡ଼ିଶା ସମାଚାର)- ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ବ୍ରାଉନସୁଗାର ବ୍ୟବସାୟୀ ଶେଖ ଜାମସେଦ ଆହତ ହୋଇଛନ୍ତି। କମିଶନରେଟ ପୋଲିସର ସ୍ୱତନ୍ତ୍ର ଅପରାଧ ୟୁନିଟ୍ ତାଙ୍କ ନିକଟରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ।


ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ କୁଖ୍ୟାତ ବ୍ରାଉନସୁଗାର ବ୍ୟବସାୟୀ ଶେଖ ଜାମସେଦଙ୍କୁ ଧରିବାକୁ ଚେଷ୍ଟା କରିବା ସମୟରେ ଜାମସେଦ ପୋଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା । ପୋଲିସ୍ ପାଲଟା ଗୁଳି ଚଳାଇବାରୁ ଜାମସେଦ ର ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇ ଆଉ ଖସି ପାରିନଥିଲା । ଆହତ ଜାମସେଦ କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। କମିଶନରେଟ୍ ପୋଲିସ ସୂତ୍ରରୁ ପ୍ରକାଶ ଯେ ଜାମସେଦ ଅନେକ ସମୟ ଧରି ନଜରରେ ଥିଲା ଏବଂ ନିଶା କାରବାରର ଏକାଧିକ ମାମଲାରେ ଜଡିତ ଥିଲା।

 

Leave a Reply

Your email address will not be published. Required fields are marked *