ମାହାଙ୍ଗା ରେ ବିଶାଳ ଚାଷୀ ସମାବେଶ

 ନିଶ୍ଚିନ୍ତକୋଇଲି ୦୩/୦୫/୨୦୨୬ (ଓଡିଶା ସମାଚାର / ଅଭୟ ଜେନା)-କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନୀ ମଣ୍ଡଳୀର କୁଳିଆ ଆର ଏମ ସି ମାର୍କେଟ ପଡିଆ ରେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନଙ୍କ  ତତ୍ୱାବଧାନ ରେ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇ ଯାଇଛି ।

ଏହି ଚାଷୀ ସମାବେଶ ରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ସମ୍ମାନୀୟ ଅତିଥି ଭାବେ ସମବାୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସାତଟି ସମବାୟ ସମିତିର ଦୁଇ କୋଟି ରୁ ଉର୍ଦ୍ଧ ଟଙ୍କା ବିନିମୟରେ ନିର୍ମିତ ହେବାକୁ ଥିବା ଅଫିସଓ ଗୋଦାମ ଗୃହ ର ଶିଳାନ୍ୟାସ କରିଥିଲେ ।

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଚାଷୀଙ୍କ ଉତ୍ପାଦିତ ଆୟ ଦୁଇ ଗୁଣ ହୋଇ ପାରିଛି । ଉତ୍ପାଦିତ ଦ୍ରବ୍ୟ ଗଛିତ ରଖିବା ପାଇଁ  କୋଲଡ଼ ଷ୍ଟୋର ସ୍ଥାପନ ହେବ ।  ଧାନ ଚାଷର ବହୁଳ ଅଞ୍ଚଳ ଭାବେ ମାହାଙ୍ଗା ର ସ୍ୱତନ୍ତ୍ର ପରିଚୟ ଥିବାରୁ ଏହାକୁ ଆଖି ଆଗରେ ରଖି ମାହାଙ୍ଗା ନିର୍ବାଚନୀ ମଣ୍ଡଳୀ ରେ ଦୁଇଟି ରାଇସ ମିଲ ପ୍ରତିଷ୍ଠା କରାଯିବ ବୋଲି ସରକାର ନିଷ୍ପତି ନେଇଛନ୍ତି ।

ଓଡ଼ିଶାରେ ଡବଲ ଇଞ୍ଜିନି ସରକାର ଆସିବା ପରେ ଓଡିଶା ସହିତ ମାହାଙ୍ଗା ର ଦୃତ ବିକାଶ ହେଉଛି| ସେଥିପାଇଁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଚାଷୀ ଭାଇ ମାନେ ମନ୍ତ୍ରୀଙ୍କୁ ରୌପ୍ୟ ଲଙ୍ଗଳ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

 

Leave a Reply

Your email address will not be published. Required fields are marked *