କଂଗ୍ରେସ ପକ୍ଷରୁ ନୀରବ ମହମବତୀ ଶୋଭାଯାତ୍ରା

ଗରଦପୁର, ୦୪/୦୧/୨୦୨୪ (ଓଡ଼ିଶା ସମାଚାର)- ଗତ ୨୦୦୬ ମସିହାରେ ଯାଜପୁର ଜିଲାର କଳିଙ୍ଗନଗର ଠାରେ ୧୩ ଜଣ ନିରିହ ଆଦିବାସୀଙ୍କ ଉପରେ ବିଜେଡ଼ି ସରକାରର ବର୍ବରୋଚିତ ଗୁଳିକାଣ୍ଡ କରି ହତ୍ୟାକୁ ୧୮ ବର୍ଷ ପୁରିଛି । ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ପାଟକୁରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ନୀରବ ମହମବତୀ ଶୋଭାଯାତ୍ରା ହୋଇଥିଲା । ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋଙ୍କ ନେତୃତ୍ୱରେ ବନ୍ଧସାହିସ୍ଥିତ ଦଳିୟ କାର୍ଯ୍ୟାଳୟରୁ ଶତାଧିକ କଂଗ୍ରେସ କର୍ମୀ ନୀରବ ମହମବତୀ ଶୋଭାଯାତ୍ରା କରି ମହାଳାସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପହଂଚି ଏକ ଶ୍ରଦ୍ଧାଂଜଳି ସଭାରେ ସହିଦ ମାନଙ୍କୁ ଶ୍ରଦ୍ଧାଂଜଳି ଦେଇଥିଲେ । ଏହି ଅବସରରେ ଗରଦପୁର ବ୍ଲକ୍ କଂଗ୍ରେସ ସଭାପତି ଜ୍ୟୋତିରଂଜନ ପରିଡ଼ା, ଜିଲା କଂଗ୍ରେସ ଉପସଭାପତି ନୀରଂଜନ ରାଉତ, ଡ଼େରାବିଶ ବ୍ଲକ୍ କଂଗ୍ରେସ ସଭାପତି ଉମେଶ ଚନ୍ଦ୍ର ତ୍ରିପାଠୀ, ପୂର୍ବତନ ବ୍ଲକ୍ ସଭାପତି ଅନନ୍ତ ପାତ୍ର, ସୁବାସ ଚନ୍ଦ୍ର ସମାଲ, ରମାକାନ୍ତ ସ୍ୱାଇଁ, କୁମାର ପାଣି, ଜ୍ୟୋତିରଂଜନ ନାୟକ, ପୂର୍ବତନ ସରପଂଚ ସୁଖଦାନନ୍ଦ ପ୍ରଧାନ , ଗୋଲକ ବିହାରୀ ସ୍ୱାଇଁ, ଅଶୋକ କୁମାର ଲେଙ୍କା, ରାଜ କିଶୋର ମିଶ୍ର , ଅଜୟ କୁମାର ନାୟକ , ଶ୍ୟାମ ସୁନ୍ଦର ଲେଙ୍କା, ଗୋଲକ ବିହାରୀ ସେଠୀ, ରାଜ କିଶୋର ମିଶ୍ର, ପ୍ରତାପ କୁମାର ଜେନା, ରଂଜନ ପରିଜା, ପ୍ରଫୁଲ ଦାସ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *