ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ

କେନ୍ଦ୍ରାପଡ଼ା, ୧୮/୦୫/୨୦୨୪ (ଓଡ଼ିଶା ସମାଚାର)- ଭାରତୀୟ ଜନତା ପାର୍ଟି ପକ୍ଷରୁ ଶ୍ୟାମସୁନ୍ଦରପୁରଗଡାସ୍ଥିତ ଚଣ୍ଡିଆ ପ୍ୟାଲେସରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥିନୀ ଗୀତାଞ୍ଜଳି ସେଠୀଙ୍କ ଉପସ୍ଥିତିରେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେମାନେ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତର ସଂକଳ୍ପରେ ଯୋଡି ହେବ ପାଇଁ କେନ୍ଦ୍ରାପଡ଼ାକୁ ସିଧା ସଳଖ କେନ୍ଦ୍ର ସହ ଯୋଡିବା ପାଇଁ ପ୍ରତିଜ୍ଞା କରିଛନ୍ତି । ଏହି ମିଶ୍ରଣ ପର୍ବରେ ଚକୋ୍ରଡା ପଂଚାୟତର ନାଏବ ସରପଂଚ ଜ୍ଞାନ ରଞ୍ଜନ ଲେଙ୍କା, ଘାଗରା ପଂଚାୟତର ୱାର୍ଡସଭ୍ୟ କୈଳାସ ଚନ୍ଦ୍ର ପରିଡା, ଅଭିରାମ ମଲ୍ଲିକ, ନୃସିଂହ ଚରଣ ମଲ୍ଲିକ, ଗୋକୁଳ ଚନ୍ଦ୍ର ଜେନା, ବସନ୍ତ କୁମାର ଜେନା, ଆଦିକନ୍ଦ ସାମଲ, ଅଜୟ କୁମାର ମଲ୍ଲିକ, ମହେଶ୍ୱର ଗିରି ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ଭରତୀୟ ଜନତା ପାର୍ଟିରେ ଯୋଗ ଦେଇ ୨୦୨୪ରେ ଭା ଜ ପା ସରକାର ଗଠନ କରିବା ନିମନ୍ତେ ସଂକଳ୍ପ ନେଇଥିଲେ । ଏହି ଅବସରରେ ଜିଲା ସଭାପତି କିଶୋର କୁମାର ପଣ୍ଡା, ଉପସଭାପତି ଉପିନ ରାଉତ, ପ୍ରସନ୍ଜିତ ମହାନ୍ତି,ବିନୋଦ ବେହେରା, ନାରାୟଣ ନାୟକ, ଚନ୍ଦ୍ରମଣି ମଲ୍ଲିକ ପ୍ରମୁଖ ଭାଜପାର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *