କଟକ ସଦର,୦୨/୦୫/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ତଥା ଚୈ।ଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ ବାସଭବନରେ ଆଜି ଶନିବାର ପୂର୍ବାହ୍ନରେ ନବନିର୍ବାଚିତ ରାଜ୍ୟସଭା ସାଂସଦ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲିପ ରାୟ ପହଞ୍ଚି ସୈ।ଜନ୍ୟମୂଳକ ସାକ୍ଷାତ କରି ଫେରିଯାଇଥିବା ଜଣାପଡିଛି।
ସନ୍ତୃପ୍ତ ମିଶ୍ର ଙ୍କ ବ୍ୟତିତ ଦଳର ଯେ କୌଣସି ବିଜେଡ଼ି ନେତାଙ୍କୁ ରାଜ୍ୟସଭା ସାଂସଦ ପ୍ରାର୍ଥୀ କରିବାକୁ କହି ଦଳରୁ ପ୍ରଭାତ ବହିସ୍କାର ହେବା ଏବଂ ପୁଅ ବିଧାୟକ ସୈ।ଭିକ ବିଶ୍ବାଳ ଦିଲିପ ରାୟଙ୍କୁ ଭୋଟ ଦେଇ ନିଲମ୍ବିତ ହେଵା ଘଟଣା ପରଠାରୁ ନିର୍ବାଚନ ମଣ୍ଡଳୀରେ ଘଡିକେ ଘୋଡା ଛୁଟୁଛି। ଏହି ପରିପ୍ରେକ୍ଷୀରେ ସାଂସଦ ଦିଲିପ ରାୟ ପ୍ରଭାତ ବିଶ୍ବାଳଙ୍କୁ ସାକ୍ଷାତ କରି ଆଲୋଚନା କରିବା ଏବଂ ପୁଅ ବିଧାୟକ ସୈ।ଭିକ ଭୋଟ ଦେଇଥିବାରୁ ଧନ୍ୟବାଦ ଜଣାଇବାକୁ ନେଇ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି।
ଏହି ଅବସରରେ ଦିଲିପ ରାୟଙ୍କୁ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ, ପତ୍ନୀ କଟକ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳ, ପୁଅ ବିଧାୟକ ସୈ।ଭିକ ବିଶ୍ବାଳ ପରିବାର ସଦସ୍ୟ ମାନଙ୍କ ସହିତ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସୂଚନାଯୋଗ୍ୟ ଯେ ଗତକାଲି ସାଂସଦ ଦିଲିପ ରାୟଙ୍କୁ ବିଧାୟକ ସୈ।ଭିକ ବିଶ୍ବାଳ ଓଏମପି ଛକରେ ସମ୍ବର୍ଦ୍ଧନା ଜଣାଇଥିଲେ। ତେବେ ହଠାତ୍ ଆଜି ସକାଳୁ ସକାଳୁ ଦିଲିପ ପ୍ରଭାତ ଙ୍କ ଏହି ଭେଟଘାଟ ଆଗକୁ କେଉଁ ମୋଡ଼ ନେଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।
