କଟକ ସଦର ,୦୨/୦୫/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ବ୍ଲକ୍ ଅନ୍ତର୍ଗତ କିଶନନଗର ୭ ନମ୍ବର ଜୋନ୍ ୮ ଗୋଟି ପଞ୍ଚାୟତର ୧୪୦ ଜଣ ନୂତନ ହିତାଧିକାରୀଙ୍କୁ ଆଜି ଶନିବାର ଦିନ କିଶନନଗର ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଭତ୍ତା ବଣ୍ଟନ କରିଥିବା ଜଣାପଡିଛି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଵିଡିଓ ପ୍ରତୀକ ସାହୁ, ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ, ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିବା ବେଳେ ପରିଚାଳନାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହନ୍ତ, ଦେବରାଜ ଦାଶ ସହାୟତା କରିଥିଲେ।
