ଆଂଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ

କେନ୍ଦ୍ରାପଡ଼ା, ୩୦/୮/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାର ନହଙ୍ଗସ୍ଥିତ ମା’ମଙ୍ଗଳା ପୀଠରେ ଆଂଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ସଭାପତି ଆର୍ତତ୍ରାଣ ପାତ୍ର ପୈାରହିତ୍ୟ କରିଥିଲେ । ସଂଘର ସମ୍ପାଦକ ଅଭିମନୁ୍ୟ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।  ସଂଘରେ ଜଣେ ନୂତନ ସଦସ୍ୟ ଭାବେ ନିକୁଞ୍ଜବିହାରୀ ପୃଷ୍ଟି ଯୋଗଦେଇଥିବାରୁ ତାଙ୍କୁ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା । କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ ସରକାର ୟୁ.ପି.ଏସ. ଲାଗୁ କରିଥିବାରୁ ସରକାରଙ୍କୁ ସାଧୁବାଦ ଜଣାଇଦିଆଯାଇଛି । ପେନସନ ଭୋଗୀଙ୍କ କିଛି ସମସ୍ୟା ତଥା ଚିକିତ୍ସା ଭତା ସମ୍ପର୍କରେ ସଂଘର ସମ୍ପାଦକ ଆଲୋକପାତ କରିଥିଲେ । ସଦସ୍ୟମାନେ ଏସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିବେଦନ କରିଥିଲେ । ପରିଚୟ ପତ୍ର ପାଇବା ନିମିତ ନିଜ ନିଜର ଥାନା ଅଧିକାରୀଙ୍କୁ ଭେଟି କାର୍ଯ୍ୟର ତ୍ୱରାନ୍ୱିତ କରିବାକୁ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ସଭାରେ ଗୋଲକ ଚନ୍ଦ୍ର ସାହୁ, କ୍ଷୀରୋଦ ଚନ୍ଦ୍ର ସାମଲ, ଦୁର୍ଯେ୍ୟାଧନ ପ୍ରଧାନ, ଦିବାକର ନାୟକ, ସୁରେନ୍ଦ୍ର କୁମାର ଦାସ, ଦୈତାରୀ ସେଠୀ, ନିରଞ୍ଜନ ବିଶ୍ୱାଳ, ଜଗବନ୍ଧୁ ଦାସ, ଭଗବାନ ସାମଲ ପ୍ରମୁଖ ୨୪ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ । ପରବର୍ତୀ ବୈଠକ ସେପ୍ଟେମ୍ବର ୨୯ତାରିଖରେ ହେବାକୁ ସ୍ଥିର କରାଯାଇଛି ।

Leave a Reply

Your email address will not be published. Required fields are marked *