କେନ୍ଦ୍ରାପଡାରେ ଶ୍ରୀବଳଦେବଜୀଉଙ୍କ ନୃସିଂହ ଅବତାର

କେନ୍ଦ୍ରାପଡ଼ା, ୦୧/୦୫/୨୦୨୬ (ଓଡ଼ିଶା ସମାଚାର)- ଗତକାଲି ଗୁରୁବାର ପବିତ୍ର ନୃସିଂହ ଚର୍ତୁଦଶୀରେ ଶ୍ରୀବଳଦେବଜୀଉଙ୍କ ନୃସିଂହ ଅବତାର ବେଶ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ନୀତି ସମ୍ପନ୍ନ ପରେ ଏହି ବେଶ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଜୀଉଙ୍କ ମସ୍ତକରେ ମଉଳି ପିନ୍ଧା ଯାଇ ମଣ୍ଡଳ ବନ୍ଧା ଯାଇଥିଲା । ବାହୁ ଚରଣ ଏବଂ ପ୍ରତିକାତ୍ମକ ଭାବେ ପଦ୍ମ ପୁଷ୍ପ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା ।

ଶ୍ରୀଜଗନ୍ନାଥଙ୍କ ପାର୍ଶ୍ୱରେ ଚରଣ ଚାରିବାହୁ ସଜ୍ଜିତ ଚର୍ତୃଭୁଜ ବେଶ ଏବଂ ମୁଖମଣ୍ଡଳକୁ ନୃସିଂହରୂପ ଓ ଜଂଘରେ ହିରଣ୍ୟ କସ୍ୟପକୁ ନଖରେ ବିଦାରଣ କରିବା ବେଳେ ପାର୍ଶ୍ୱରେ ଭକ୍ତ ପ୍ରହଲ୍ଲାଦ ଯୋଡ ହସ୍ତରେ ଦଣ୍ଡାୟମାନ ହୋଇଥିବା ବେଶକୁ ଭକ୍ତମାନେ ଦର୍ଶନ କରିଥିଲେ । ଏହି ଦୃର୍ଲଭ ବେଶ ରତ୍ନସିଂହାସନରେ ଅତି ଆକର୍ଷିତ ହୋଇଥିଲା । ପବିତ୍ର ନୃସିଂହ ଉପାସନା ଥିବାରୁ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଥିଲା । ରାତ୍ର ଦଶଟା ବେଳକୁ ଶ୍ରୀ ଜୀଉଙ୍କୁ ବେଶ ଉଲ୍ଲାଗୀ କରାଯାଇ ମହାସ୍ନାନ କରାଯାଇଥିଲା । ପରେ ଅନ୍ୟ ନୀତିକାନ୍ତି ସମ୍ପନ୍ନ କରାଯାଇ ରାତ୍ର ଏଗାରଟା ବେଳକୁ ପହୁଡ଼ ପଡ଼ିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *