ନିମାପଡ଼ା,୧୮/୦୩/୨୦୨୬ (ଓଡ଼ିଶା ସମାଚାର)- ନିମାପଡାସ୍ଥିତ ଏବିଏସ ଅକ୍ସଫର୍ଡ଼ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ତୃତୀୟ ବାର୍ଷିକ ଉତ୍ସବ । ଶିକ୍ଷାବିତ ବନମାଳୀ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରତ୍ନତତ୍ତ୍ଵ ବିଭାଗର ଅଧ୍ୟାପକ ମାନସ କୁମାର ସ୍ୱାଇଁ ,ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ନିର୍ମଳ କୁମାର ମିଶ୍ର ,ସମ୍ମାନିତ ଅତିଥି ଭାବେ ନିର୍ଦ୍ଦେଶକ ଦେବୀ ପ୍ରସନ୍ନ ମହାନ୍ତି, ଶିକ୍ଷାବିତ ବିୟତ ବିହାରୀ ମିଶ୍ର ଚେୟାରମ୍ୟାନ ରୀନାବାଳ ମଲ୍ଲିକ ,ସମ୍ପାଦକ ଟିଟୁ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ଅନୁଷ୍ଠାନ ତରଫରୁ ନିମାପଡା ଓ ଚାରିଛକ ଅଂଚଳର ୧୦ ଜଣ ଗଣମାଧ୍ୟମ ପ୍ରତିନିଧି, ୫ଜଣ ଅଭିଭାବକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସ୍କୁଲର କୃତି ପ୍ରତିଭା ମାନଙ୍କୁ ସଂମ୍ମାନିତ କରାଯାଇଥିଲା । ଏଥିରେ ନିମାପଡ଼ା ପ୍ରେସ କ୍ଲବ୍ ସଭାପତି ଅକ୍ଷୟ ବେହେରା, ଉପସଭାପତି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସାମ୍ବାଦିକ ବିଚିତ୍ରାନନ୍ଦ ସାହୁ, ଯୁବ ସାମ୍ବାଦିକ ମୋହନ କୁମାର ପାତ୍ର ଏବଂ ଚାରିଛକ ପ୍ରେସ କ୍ଲବ୍ ସଭାପତି ପ୍ରଫୁଲ୍ଲ କର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନିମାପଡାରେ ଏଭଳି ଏକ ଶିକ୍ଷା ଅନୁଷ୍ଠାନ ଖୋଲାଯାଇ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷକମାନେ ସଠିକ ସମୟରେ ସ୍କୁଲରେ ପହଂଚି ଶିକ୍ଷା ପ୍ରଦାନ କରିଥିବାରୁ ମୁଖ୍ୟ ଅତିଥି ଶୀ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ମୁଖ୍ୟବକ୍ତା ଶ୍ରୀ ମିଶ୍ର କହିଥିଲେ ନିମାପଡା ଖୁବଶୀଘ୍ର ଏକ ଶିକ୍ଷାର ହବ ହେବ । ଉକ୍ତ କାର୍ଯ୍ୟକ୍ରମକୁ ସୁମ୍ବୁଲ ତେହେସିନ ଓ ପୌର୍ଣମାସି ମହାନ୍ତି ସଂଯୋଜନା କରିଥିଲେ । ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା । ଶିକ୍ଷୟତ୍ରୀ ନିବେଦିତା ମଲ୍ଲିକ ଙ୍କ ସମେତ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ। ପରିଶେଷରେ ପ୍ରଧାନ ଶିକ୍ଷକ ବନମାଳୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
