କେନ୍ଦ୍ରାପଡ଼ା, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମପଂଚାୟତରେ ଗଢି ଉଠିଥିବା ଓ.ପି.ଏସ. ବିଦ୍ୟାଳୟରେ ଶିଶୁ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ଅଧ୍ୟକ୍ଷ ଉତମ ଚରଣ ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ସମାଜସେବୀ ଇଂ ମୂରଲୀଧର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ । ତେଣୁ ଶିଶୁମାନଙ୍କ ଭିତରେ ଲୁକ୍କାୟିତ ଭାବେ ରହିଥିବା ପ୍ରତିଭାର ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବା ନିତ୍ୟାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସେକ ବାବୁଜାନ, ଭୀମସେନ ପ୍ରଧାନ, ଶୈଳଜାଶଙ୍କର ସାମଲ, ସୁଦର୍ଶନ ମହାପାତ୍ର, ଅପର୍ଣ୍ଣା ରାଉତ, ଧ୍ରୃବବାବା, ଉମାକାନ୍ତ ପରିଡା, ଡମ୍ବରୁଧର ସାହୁ, ମାନସରଞ୍ଜନ ପରିଡା, ଲକ୍ଷ୍ମୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ।
Related Posts
ଶିଶୁ ଦିବସ ପାଳିତ
କେନ୍ଦ୍ରାପଡ଼ା,୧୪/୧୧/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମରେ ଗଢି ଉଠିଥିବା ଓପିଏସ ବିଦ୍ୟାଳୟରେ ଶିଶୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ଉତରମ ଚରଣ…
ବି.ଜେ.ବି ସ୍ଵଂୟଶାସିତ ମହାବିଦ୍ୟାଳୟ ରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ
ଭୁବନେଶ୍ୱର,୦୮/୦୪/୨୦୨୫ (ଓଡ଼ିଶା ସମାଚାର)- ବି.ଜେ.ବି ସ୍ଵଂୟଶାସିତ ମହାବିଦ୍ୟାଳୟ, ଭୁବନେଶ୍ଵର ରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଚଳିତ ମାସ ୮ ତାରିଖ ରେ ଉଦ୍ଘାଟିତ ହୋଇ ଯାଇଛି। …
ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନର କାଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୧୦/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନର କାଯ୍ୟକାରିଣୀ କମିଟି ବୈଠକ ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ଼…
