ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ

କେନ୍ଦ୍ରାପଡ଼ା, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଂହଗାଁ ଗ୍ରାମପଂଚାୟତର ପାଣି ସାଉଁଳିଆ ଗ୍ରାମର ସୁରେନ୍ଦ୍ର ମଲିକ, ଦୀନବନ୍ଧୁ ମଲିକ ଓ କୃପାସିନ୍ଧୁ ମଲିକଙ୍କ ବାସଗୃହ ପୋଡି ଯାଇଥିବା ଏବଂ ସେମାନେ ଅତ୍ୟନ୍ତ ଅସାହାୟ ଅବସ୍ଥାରେ ପଡିରହିଥିବାର ଖବର ପାଇ ବା ପରେ  ସମାଜସେବୀ ବିଜେଡିର ସକ୍ରୀୟ ସଭ୍ୟ ଇଂ ମୂରଲୀଧର ସେଠୀ ଘଟଣାସ୍ଥଳରେ ପହଂଚି ଦୁଃଖ ପ୍ରକାଶ କରିଥିଲେ । ଏଥି  ସହିତ ସେହି ଘରପୋଡି ବିପନ୍ନମାନଙ୍କୁ ଇଂ ସେଠୀ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗାଙ୍ଗପଡା ପଂଚାୟତ ସରପଂଚ ଅଶ୍ୱିନୀ କୁମାର ପାତ୍ର, ଶରତ କୁମାର ମହାନ୍ତି, ରାଜକିଶୋର ରାଉତ, ଦିଲ୍ଲିପ ରାଉତ, ଭରତ ଭୂଷଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *