ଖୋର୍ଦ୍ଧା ହଳଦିଆ ବସନ୍ତ ଉପ୍ରା ବିଦ୍ୟାଳୟ ରେ ବାର୍ଷିକ ପୁରସ୍କାର ଉତ୍ସଵ

ଖୋର୍ଦ୍ଧା, ୦୬/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ବ୍ଲକ ହଳଦିଆ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବସନ୍ତ ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଓ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଡଃ ତାପସ କୁମାର ନାୟକ , ମୁଖ୍ୟ ବକ୍ତା ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଶତପଥୀ, ବିଦ୍ୟାଳୟ ପରିଚଳନା କମିଟି ର ସଭାପତି ସନ୍ତୋଷ ଜାଲି, ପ୍ରଧାନ ଶିକ୍ଷକ ନବ କିଶୋର ମହାପାତ୍ର ଯୋଗ ଦେଇଥିବାବେଳେ ସଭାକୁ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀମତୀ ବିନତୀ ମିଶ୍ର ସଭାପତି ରୂପେ ପରିଚାଳନା କରିଥିଲେ । ଏହି ପୁରାତନ ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ବହୁ ଛାତ୍ର ଛାତ୍ରୀ ଆଜି ବହୁ ବଡ଼ ବଡ଼ ପଦବି ରେ ରହି ବିଦ୍ୟାଳୟ ର ନାମ ଅକ୍ଷୁର୍ଣ୍ଣ ରଖିପାରିଥିବା ବେଳେ ଅଭିଭାବକ ଓ ଶିକ୍ଷକ ଙ୍କ ଉତ୍ତମ ବୁଝା ବଣା ବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ ଆଗେଇ ଚାଲିଥିବାରୁ ମୁଖ୍ୟ ଅତିଥି ସମସ୍ତ ଙ୍କୁ ଭୁରି ଭୁରି ପ୍ରସଂସା କରିଥିଲେ ।ଏହି ଅବସରେ କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲା ବେଳେ ପ୍ରଧାନ ଶିକ୍ଷକ ଧନ୍ୟବାଦ୍ ଦେଇଥିଲେ । ପରିଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave a Reply

Your email address will not be published. Required fields are marked *