କଳାହାଣ୍ଡି ଜିଲା ର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ

କଳାହାଣ୍ଡି,୨୯/୦୪/୨୦୨୬ (ଓଡ଼ିଶା ସମାଚାର)- ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୪୨/ ୭ଟା ୪୩ ମିନିଟ ସମୟରେ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହେଇଛି। ଜିଲା ମହକୁମା ସମେତ ଜୁନାଗଡ଼, ଧର୍ମଗଡ, କୋକସରା, ଜୟପାଟଣା , କଲମପୁର, ଉତ୍କେଲା ଆଦି ଅଞ୍ଚଳରେ ପ୍ରାୟ ୨୦ ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା।

ତେବେ କୌଣସି କ୍ଷୟକ୍ଷତି ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ । ଭୂମିକମ୍ପ ହୋଇଥିବା ଅନୁଭବ କରି ଲୋକେ ଆତଙ୍କିତ ହୋଇ ଘରୁ ବାହାରି ଆସିଥିଲେ। ଏହା ପରେ ଲୋକେ ମୃଦୁ ଭୂମିକମ୍ପ ହୋଇଥିବା ଅନୁଭବ କରି ଏଣେ ତେଣେ ଲୋକଙ୍କୁ ପଚାରି ବୁଝିଥିଲେ । ତେବେ ଭୂମିକମ୍ପର କେନ୍ଦ୍ରସ୍ଥଳ ଆମପାଣି ଅଞ୍ଚଳରେ ହୋଇଥିବା ଜଣାପଡିଛି । ଭୂକମ୍ପର ତୀବ୍ରତା ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *