କଟକ ସଦର , ୨୮/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଶୁକ୍ରବାର ଅପରାହ୍ନରେ ଭୁକମ୍ପ ଆଶଙ୍କାରେ ଥରି ଉଠିଲା କଟକ। ବାହାରକୁ ଦୈ।ଡିଲେ ଲୋକେ। ଘଟଣା କ୍ରମ ଏହା ଥିଲା ଯେ ଏଭଳି ପ୍ରଚଣ୍ଡ ଶବ୍ଦ କନ୍ଦରପୁର,ସିଆରଆରଆଇ ଥାନା ଅନ୍ତର୍ଗତ ମହାନଦୀ ଅବବାହିକାରେ ଏଭଳି ଅନୁଭବ ହୋଇଥିଲା ଯେ ଲୋକମାନେ ଭୁକମ୍ପ ଆଶଙ୍କା କରି ଏଣେତେଣେ ଧାଁ ଦୌଡ଼ କରିଥିଲେ।
ପ୍ରଚଣ୍ଡ ଶବ୍ଦ ରେ ଘର ସବୁ ଥରି ଉଠିଲା। ପରବର୍ତ୍ତୀ ସମୟରେ ଜଣାପଡ଼ିଲା ଗତ କିଛି ଦିନ ତଳେ ଜଗତପୁର ଥାନା ମହାଜନ ପୁରରେ ହୋଇଥିବା ଵାଣବିଷ୍ପୋରଣ ରେ ଜବତ ହୋଇଥିବା ଵାଣକୁ ପୋଲିସ ମହାନଦୀ କୂଳରେ ନିଷ୍କ୍ରିୟ କରୁଥିବା ସମୟରେ ଏଭଳି ବିସ୍ପୋରକ ଶବ୍ଦ ପରିଲକ୍ଷିତ ହୋଇଥିଲା। ହେଲେ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଆପଣାଇ ପୋଲିସ ଜବତ ଵାଣକୁ ଏଭଳି ଭାବେ ନିଷ୍କ୍ରିୟ କରି ଲୋକଙ୍କୁ ଭୟଭୀତ କରିବା ଠିକ୍ ନୁହେଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି।
