ଭଦ୍ରକ ରେ କଫ୍ୟୁ

ଭଦ୍ରକ,୧୯/୯/୨୦୨୪ (ଓଡ଼ିଶା ସମାଚାର)-ଧୁସୁରୀ ଥାନା ଗୁଡ଼ୁ ପୋଖରୀ ବଜାରରେ ଗୋଷ୍ଠି ସଂଘର୍ଷ ଘଟିିଛି । ୪ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ବ୍ୟକ୍ତିଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପରିସ୍ଥିତିକୁ ନଜର ରଖାଯାଇଥିବାବେଳେ ଜିଲାପାଳଙ୍କ ପକ୍ଷରୁ ଭାରତୀୟ ନ୍ୟାୟ ସଂହିତାର ୧୬୩ ଧାରା ଜାରି କରାଯାଇଛି । ଏହା ଆସନ୍ତା ୨୧ ତାରିଖ ସକାଳ ୧୦ ଟା ପର୍ଯ୍ୟନ୍ତ ବଳବତର ରହିବ । ଏହି ସମୟରେ ଗୁଡ଼ୁ ପୋଖରୀ ଅଂଚଳରେ କେହି ଏକାଠି ହୋଇ ପାରିବେ ନାହିଁ । ଧୁସୁରୀ ଓ ଧାମନଗର ଥାନା ପୋଲିସ ମୁତୟନ ରହିଛନ୍ତି ।

Leave a Reply

Your email address will not be published. Required fields are marked *