ଯାଜପୁର ୨୮/୦୪/୨୦୨୬ (ଓଡ଼ିଶା ସମାଚାର)- ଜ଼ିଲ୍ଲା ଓ ଦୌରା ଅଦାଲତ ସମେତ ଜ଼ିଲ୍ଲା ର ସମସ୍ତ ଅଦାଲତ ପରିସରରେ ଆସନ୍ତା ମଇ ୦୯ ତାରିଖରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଜ଼ିଲ୍ଲା ଆଇନ ସେଵା ପ୍ରାଧିକରଣ ଭାରପ୍ରାପ୍ତ ସଚିବ ନେହା ଅଗ୍ରୱାଲ ପ୍ରକାଶ କରିଛନ୍ତି ।
ଉକ୍ତ ଲୋକ ଅଦାଲତରେ ସମସ୍ତ ପ୍ରକାର ର ବିଚାରଧୀନ ମକଦ୍ଦମା ଯଥା ଫୌଜଦାରି (ସାଲିସଯୋଗ୍ୟ), ଚେକ ଵାଉନ୍ସ, ବ୍ୟାଙ୍କ ଋଣ, ମୋଟର ଦୁର୍ଘଟଣା ଜନିତ କ୍ଷିତପୂରଣ ସମାଧାନ ଯୋଗ୍ୟ, ଟ୍ରାଫିକ ଚାଲାଣ, ଦୋଷ ସ୍ୱୀକାର ବୁଝାମଣା ( Plea Bargaining) ଶ୍ରମ ଓ ନିଯୁକ୍ତି ବିବାଦ, ପାରିବାରିକ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ଆପୋସ ସମାଧାନ କରାଯିବ । ଏ ସଂକ୍ରାନ୍ତରେ ସବିଶେଷ ବିବରଣୀ ନିମନ୍ତେ ଜ଼ିଲ୍ଲା ଆଇନ ସେଵା ପ୍ରାଧିକରଣ, ଯାଜପୁର ଓ ତାଲୁକ ଆଇନସେଵା କମିଟି, ଯାଜପୁର ରୋଡ ଏବଂ ଚଣ୍ଡିଖୋଲ ସହିତ ଯୋଗାଯୋଗ କରିବାକୁ ସୂଚନା ଦିଆ ଯାଇଛି ।
