ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ଦିବସ ପାଳନ

ନବେବର୍ଷରେ ଓଡ଼ିଆ ଚଳଚ୍ଚିତ୍ରର ଗତି ଓ ପ୍ରଗତି
ଭୁବନେଶ୍ୱର,୨୮/୦୪/୨୦୨୬(ଓଡ଼ିଶା ସମାଚାର)-ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ମୁକ୍ତିଲାଭ କରିବାର ୯୦ ବର୍ଷ ଅତିକ୍ରମ କରିସାରିଛି । ଓଡ଼ିଆ ଚଳଚ୍ଚିତ୍ର ପାଇଁ ସମର୍ପିତ ଅନୁଷ୍ଠାନ ‘ଓଡ଼ିଶା ସିନେକି୍ରିଟିକ୍ସ ଆସୋସିଏସନ ପକ୍ଷରୁ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ପରିସରେ ଆୟୋଜିତ ‘ସୀତା ବିବାହ’ ପାଳନ ଅବସରରେ ‘ଓଡ଼ିଆ ଚଳଚ୍ଚିତ୍ରର ଗତି, ପ୍ରଗତି ଓ ଅଧୋଗତି’ ଶୀର୍ଷକ ଏକ ଆଲୋଚନା ଚକ୍ରରେ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଚଳଚ୍ଚିତ୍ର ଉପରେ ମତବ୍ୟକ୍ତ କରିଥିଲେ ।

ପ୍ରାରମ୍ଭରେ ଓଡ଼ିଆ ଚଳଚ୍ଚିତ୍ରର ଜନକ ପ୍ରଭୁପାଦ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଫଟୋଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କରିବା ପରେ ଓଡ଼ିଆ ଚଳଚ୍ଚିତ୍ରର ସ୍ଥିତି ଓ ପ୍ରଗତିକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ଓଡ଼ିଶା ସିନେକି୍ରଟିକ୍ସ ଆସୋସିଏସନର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜାତୀସ୍ତରରେ ପୁରସ୍କୃତ ନିର୍ଦେଶକ ପ୍ରଣବ ଦାସ, ଅଭିନେତା ପ୍ରେମାଞ୍ଜନ ପରିଡ଼ା, ହାଡୁ, ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ପ୍ରଯୋଜକ ଲିଟୁ ମହାନ୍ତି ପ୍ରମୁଖ ଯୋଗଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ ।

ଓଡ଼ିଶା ସିନେକ୍ରିଟିକ୍ସ ଆସୋସିଏସନର ସମ୍ପାଦକ ଦିଲ୍ଲୀପ ହାଲି ଅତିଥି ପରିଚୟ ପ୍ରଦାନ କରିବା ସହ ସୀତା ବିବାହ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡ. ସୌରେନ୍ ମହାପାତ୍ର, ଫଟୋଗ୍ରାଫର ଓ ନିର୍ଦେଶକ ରାଜଗୋପାଳ ସିଂ, ସାମ୍ବାଦିକ ମାଧବ ବେହୁରା, ରବୀନ୍ଦ୍ର ବିଶ୍ୱାଳ, ତନ୍ମୟ ସ୍ୱାଇଁ, ପ୍ରଯୋଜକ ଅତିଶ ରାଉତ, ନିମାଇଁ ଚରଣ ନାୟକ ପ୍ରମୁଖ ଯୋଗଦେଇ ଓଡ଼ିଆ ଚଳଚ୍ଚିତ୍ର ପ୍ରଗତି ଉପରେ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *