ସୁରକ୍ଷିତ ଶୈଶବ, ସଶକ୍ତ ଭାରତ ଓ ବାଲ୍ୟ ବିବାହ କୁ ନାଁ
ଯାଜପୁର ୨୭/୧୧/୨୦୨୪ (ଓଡ଼ିଶା ସମାଚାର)-ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ଅନୁପମା ଦେବୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବେଳେ ଏପଟେ ଓଡ଼ିଶାର ଯାଜପୁର ଜିଲ୍ଲାର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ ଯାଜପୁର ଜିଲ୍ଲା ପ୍ରଶାସନ ଓ ରୁଚିକା ସମାଜ ମଙ୍ଗଳ ସଂଗଠନ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ଏକ ବିଶାଳ ଶୋଭାଯାତ୍ରା ଓ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସବିତା ଚ୍ୟାଉପଟ୍ଟନାୟକ ସଭାପତିତ୍ବ କରିଥିଲେ।
ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶୁଭେନ୍ଦ୍ର କୁମାର ସାମଲ ଯୋଗଦେଇ ଏକ ବିଶାଳ ମହମବତୀ ଶୋଭାଯାତ୍ରା ର ଶୁଭରମ୍ଭ କରିଥିଲେ । ମୁଖ୍ୟ ଅତିଥି ବକ୍ତବ୍ୟରେ କହିଲେ କି ଅଂଶୀଦାର ସମୂହଙ୍କ ମଧ୍ୟରେ ଉତ୍ତମ ସମ୍ମନ୍ୱୟ ରହିଲେ ଯାଜପୁର ଜିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ ସମ୍ଭବ ହୋଇପାରିବ। ଅନ୍ୟ ସମ୍ମାନିତ ଅତିଥି ରୂପେ ଉପଜିଲ୍ଲାପାଳ ଅଂଶୁମାନ ଶତପଥି ବାଲ୍ୟ ବିବାହ ର କୁପରିଣତି ବିଷୟରେ ଅଂଶଗ୍ରହଣଙ୍କାରୀ ଙ୍କ ଉଦ୍ଦେଶ୍ୟରେ ମତ ରଖିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ବାଲ୍ୟ ବିବାହ ସମ୍ପର୍କିତ ବକ୍ତବ୍ୟ ରଖିଥିଲେ।, ଜ଼ିଲ୍ଲା ପକଳ୍ପ ସଂଯୋଜକ, ମିଶନ ଶକ୍ତି, ଶ୍ରୀ ସୀତାଂଶୁ ଶେଖର ସାହୁ, ଭାରପ୍ରାପ୍ତ ଅଧିକାରୀ ଟାଉନ ଥାନା,ଯାଜପୁର ଶ୍ରୀ ଶରତ ଚନ୍ଦ୍ର ପାତ୍ର ଓ ରୁଚିକା ସମାଜ ମଙ୍ଗଳ ସଂଗଠନ ର ଜିଲ୍ଲା ସଂଯୋଜକ ଦେବପ୍ରସାଦ ପାଠକ ଓ ଅନ୍ୟତମ ସଂଯୋଜକ ଶୁଭସ୍ମିତ ମହାନ୍ତି, ଶ୍ରୀଧର ସାହୁ, ନିରଞ୍ଜନ ମହାରଣା, ସସ୍ମିତା ସାହୁ, ଅରୁଣ ଦାସ, ପ୍ରତାପ ନାୟକ ପ୍ରମୁଖ ଯୋଗଦେଇ କାର୍ୟ୍ୟ କ୍ରମ ପରିଚାଳନା କରିଥିଲେ। ୩୦୦ ରୁ ଉର୍ଦ୍ଧ ମହିଳା ଓ ମିଶନ ଶକ୍ତି କର୍ମକର୍ତ୍ତା ମହମ ବତୀ ଶୋଭାଯାତ୍ରା କରିବାସହ ବାଲ୍ୟ ବିବାହ ମୁକ୍ତ ଉଦ୍ଦେଶ୍ୟରେ ଶପଥ ପାଠ କରିଥିଲେ। କାର୍ୟ୍ୟ କ୍ରମରେ ଆକ୍ସନଏଡ଼ ର ରୋଜାଲିନ ପଣ୍ଡା ଓ ଚାଇଲ୍ଡ ହେଲ୍ପଲାଇନ ର ସଂଯୋଜକ ବରେନ୍ଦ୍ର ଦାଶ ଓ ଶିଶୁ ସୁରକ୍ଷା ଇଉନିଟ ର କର୍ମଚାରୀ ଉପସ୍ଥିତ ରହିଥିଲେ । ଉକ୍ତ କାର୍ୟ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର ଧନ୍ୟ ବାଦ ଅର୍ପଣ କରିଥିଲେ ।