୪୨ ମୈ।ଜାରେ ବେଆଇନ କରତକଳ ଉପରେ ଭିଜିଲାନ୍ସ ଚଢାଉ 

କଟକ ସଦର,୨୭/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କକଟକ ସଦର ଅନ୍ତର୍ଗତ  ଵୈୟାଳିସମୈ।ଜା ଥାନା ଅଧିନସ୍ଥ ଦଧିବାମନପୁର ପଞ୍ଚାୟତ କଦମପଡା ଠାରେ ବିଲ ମଝିରେ ଦୀର୍ଘ ଦିନ ହେଲା ଚାଲିଥିବା ବେଆଇନ କରତକଳ ଉପରେ ଆଜି ସୋମବାର ଦିନ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଥିବା ଜଣାପଡିଛି।

ଚଢ଼ାଉରେ ଭିଜିଲାନ୍ସ ଟିମ୍ ୧୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୂଲ୍ୟବାନ କାଠ ସବୁକୁ ଜବତକରି ନିଜ ହେପାଜତକୁ ନେଇଯାଇଥିଲେ ଜଣାଯାଇଛି। ସୂଚନାଯୋଗ୍ୟ ଯେ ଉକ୍ତ ବେଆଇନ କରତକଳ ଉପରେ ଅନେକ ଥର ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ବେଳେ ତାହା କେବଳ ଲୋକଦେଖାଣିଆ ବୋଲି ଅଭିଯୋଗ ହେଉଛି। ସେହିପରି କିଛି ତଳେ କିଶନନଗର ତହସିଲ ଅନ୍ତର୍ଗତ ଗିରିଧାରୀ ମଠ ପରିସରରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ ଗଛ କଟା ଯାଇଥିବା ବେଳେ ବନବିଭାଗ ଅଭିଯୋଗ ପାଇ ମଧ୍ୟ ନିରବ ଦ୍ରଷ୍ଟା ସାଜିଥିବା କୁ ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

Leave a Reply

Your email address will not be published. Required fields are marked *