କେନ୍ଦ୍ରାପଡ଼ା, ୧୭/୦୮/୨୦୨୫(ଓଡ଼ିଶା ସମାଚାର)- ରେସୱା ସେଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଗରାପୁରସ୍ଥିତ ଶକ୍ତିସଦନ ଓ ଶିଶୁଯତ୍ନ ଅନୁଷ୍ଠାନ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ପରିସରରେ ଜାତୀୟ ପତାକା ଉତୋଳନ କରାଯିବା ସହ ପ୍ରଭାତ ଫେରୀ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଏଥିସହିତ ସମସ୍ତ ଅନ୍ତେବାସୀମାନଙ୍କୁ ନେଇ ଚିତ୍ରାଙ୍କନ ଓ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତି ସଦସ୍ୟା ସାଧନା ନାୟକ ଓ ବାସନ୍ତୀ ବେହେରା, ଶକ୍ତିସଦନର ଅଧ୍ୟକ୍ଷା ମିନତୀ ମହାରଣାଙ୍କ ସମେତ ସମସ୍ତ କର୍ମଚାରୀ ଓ ରେସୱା ଅନୁଷ୍ଠାନର କର୍ମକର୍ତାମାନେ ଯୋଗଦେଇ ଅନ୍ତେବାସୀମାନଙ୍କୁ ସ୍ୱାଧୀନତା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବିଭିନ୍ନ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ ।
