ଗ୍ରୀଷ୍ମ କାଳୀନ ବେଡ଼ମୀଣ୍ଟନ କର୍ମଶାଳା ଉଦଯାପିତ ।

ଜୁନାଗଡ଼, ୦୪ /୦୬/୨୦୨୫ (ଓଡ଼ିଶା ସମାଚାର)-  ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ହଲ ଠାରେ ଗତ ୨୫ଏପ୍ରିଲ ରୁ ୩୧ ମେ ପର୍ଯନ୍ତ ଚାଲିଥିବା ଗ୍ରୀଷ୍ମ କାଳୀନ ବେଡ଼ମୀଣ୍ଟନ କର୍ମଶାଳା  ଉଦଯାପିତ ହୋଇଯାଇଛି ।

ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବେଡ଼ମୀଣ୍ଟନ ଆସୋସିଏଶନ ସଭାପତି ହିମାଂଶୁ ଶେଖର ବରାଡ଼, ସମାନିତ ଅତିଥି ଭାବେ ସମ୍ପାଦକ ସମୀର କୁମାର ସାହୁ, କୋଷାଧ୍ୟକ୍ଷ ଦିଲୀପ କୁମାର ପଣ୍ଡା ଯୋଗ ଦେଇ ଖେଳାଳି ମାନଙ୍କୁ ଓଡିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରମାଣପତ୍ର ପ୍ରଦାନ କରିଥିଲେ । ନିଜ ଉଦବୋଧନ ରେ ଅତିଥି ମାନେ ଆଗାମୀ ଦିନରେ ଟୁର୍ନାମେଣ୍ଟ  ଆୟୋଜନ କରି ଖେଳାଳି ଙ୍କୁ ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରୀୟ ଖେଳିବା ପାଇଁ ପ୍ରସ୍ତୁତ କରାଯିବ ବୋଲି ପ୍ରକାଶ କରିଥିଲେ । ଶେଷରେ ଟ୍ରେନର ଜଲୀ ପରାଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *