ଭୁବନେଶ୍ୱର,୨୭/୦୪/୨୦୨୬(ଓଡ଼ିଶା ସମାଚାର)- ବଲାଙ୍ଗୀର ଜିଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରୀ ଆର୍ଟ ଏକାଡ଼େମୀ ଆନୁକୂଲ୍ୟରେ ଊନବିଂଶ ସର୍ବଭାରତୀୟ ଯୋଗିନୀ ମହୋତ୍ସବ ‘ଝରିଏଲ’ ଭୁବନେଶ୍ୱର ଜୟଦେବ ଭବନ ପ୍ରେକ୍ଷାଳୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୧୦ ଘଟିକା ସମୟରେ ଗାୟକ ଆହ୍ଲାଦ ସୁରେନ୍ଦ୍ର ଛୋଟରାୟଙ୍କ ଦ୍ୱାରା ଶୁଭାରମ୍ଭ ହୋଇ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ପ୍ରତିଷ୍ଠାତା ନିର୍ଦେଶକ ଗୁରୁ ଆଲୋକ ଦାସ ଏବଂ ସଭାପତି ଶ୍ରୀମତୀ ମୀରା ପଣ୍ଡାଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟି ଓଡ଼ିଶୀ ନୃତ୍ୟ, ଭକ୍ତି ସଙ୍ଗୀତ, ଶାସ୍ତ୍ରୀୟ ସଙ୍ଗୀତ, ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ସହିତ ବରିଷ୍ଠ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ବରିଷ୍ଠ ପ୍ରଶାସକ ଶ୍ରୀଯୁକ୍ତ ଅରବିନ୍ଦ ବେହେରା, ଶ୍ରୀଯୁକ୍ତ ମାନସ ରଞ୍ଜନ ରାୟ, ଡ. ଶୁଶିଲ ପଟ୍ଟନାୟକ, ନିରଞ୍ଜନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ସଫଳତା କାମନା କରି ଝରିଏଲ ମହୋତ୍ସବ ଆୟୋଜନ ଦ୍ୱାରା ନୂତନ କଳାକାର ସୃଷ୍ଟି ହେବା ସହିତ କଳା ସଂସ୍କୃତିର ପ୍ରଚାର ପ୍ରସାର ଲାଭ କରିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ବର୍ଦ୍ଧନା ପର୍ବରେ ସଙ୍ଗୀତଜ୍ଞ ଗୁରୁ ଉମେଶ ଚନ୍ଦ୍ର ଦାସ, ଶିକ୍ଷାବିତ୍ ତଥା କଳାକାର ପ୍ରେମଚାନ୍ଦ ମହାନ୍ତି, ସମାଜସେବୀ ମନୋଜ ଜେନା, କବି ମନୋଜ ମହାନ୍ତିଙ୍କୁ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଗୁରୁ ସ୍ୱର୍ଗତ ହରେକୃଷ୍ଣ ପାଢୀଙ୍କୁ ମରଣୋର ଭାବରେ ନୃତ୍ୟ ବିଭୂତି ସମ୍ମାନ ପ୍ରଦାନ କରାଯାଇଥିଲା । ଶାସ୍ତ୍ରୀୟ ଯନ୍ତ୍ର ସଙ୍ଗୀତ ସୀତାର ବାଦନ କରିଥିଲେ ବରିଷ୍ଠ ସୀତାର ବାଦକ ସୁବୀର କୁମାର ମିତ୍ର, ଶାସ୍ତ୍ରୀୟ ଯନ୍ତ୍ର ସଙ୍ଗୀତ ଯୁଗଳବନ୍ଦୀ ପରିବେଷଣ କରିଥିଲେ ଗୁରୁ ଜୀବନ ପ୍ରକାଶ ଦାସ ସୀତାର ଏବଂ ସନ୍ଦୀପ କୁମାର ରାଉତ ସରୋଦ, ତବଲାରେ ଗୁରୁ ସୁରେଶ କୁମାର ବେହେରା, ନିତ୍ୟାନନ୍ଦ ଗୁରୁ, ଲଳିତ କର ସହଯୋଗ କରିଥିଲେ ।
ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ମଧୁମିତା ମିତ୍ର, ଲୋକନାଥ ମହାନ୍ତି, ସରସ୍ୱତୀ ପ୍ରଧାନ, ସଂଘମିତ୍ରା ବେହୁରା, ପ୍ରତୀଭା ପୃଷ୍ଟି, ଶିଳା ପରିଡ଼ା, ସଂଘମିତ୍ରା ନାୟକ, କଳ୍ପନା ବିଶ୍ୱାଳ, ଅନାମିକା ସ୍ୱାଇଁ, ସ୍ପନ୍ଦନିକା ପଟ୍ଟନାୟକ, ଲିପିକା ସାମଲ, ଆଦ୍ୟାଶା ପ୍ରିୟଦର୍ଶିନୀ, ଗୁରୁ ନାରାୟଣ ଦାସ, ଚିତରଞ୍ଜନ ମହାପାତ୍ର ଏବଂ ଶିଶୁଶିଳ୍ପୀ ସାର୍ଥକ ସାହୁ, ଇତିଶ୍ରୀ ଜେନା, ସାନଭି ସନୟା ନାୟକ, ଦିବ୍ୟଜ୍ୟୋତି ମିଶ୍ର ଓ ସ୍ୱରିିତ ଦାସ । ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ପି୍ରୟଙ୍କା, ରୁଦ୍ରାଂଶୀ ଏବଂ ଉକ୍ରଳିକା ଅନୁଷ୍ଠାନର ଶିଳ୍ପୀମାନେ । ଯନ୍ତ୍ର ସଙ୍ଗୀତରେ ସହଯୋଗ କରିଥିଲେ ପ୍ରଫୁଲ୍ଲ ସହୁ, ନାରାୟଣ ଦାସ, ହରିହର ଜେନା ଓ ପ୍ରଦୋଷ ଜେନା । ଏହି କାର୍ଯ୍ୟକ୍ରମକୁ ନୃତ୍ୟଗୁରୁ ପ୍ରଶାନ୍ତ କୁଅଁର, ଜଗଦୀଶ ଚନ୍ଦ୍ର ସହୁ, ଡମ୍ବରୁଧର ଦାସ ଏବଂ ସଙ୍ଗୀତଜ୍ଞ ଲୋକନାଥ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
