ଜିଲାସ୍ତରୀୟ ଯୁବ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜଗତସିଂହପୁର ୦୬/୧୨/୨୦୨୪ (ଓଡ଼ିଶା ସମାଚାର)-ଆଜି  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ଭି ସି ହଲ୍ ରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ର ମିଳିତ ଆନୁକୂଲ୍ୟରେ ଯୁବ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଯୁବବର୍ଗ ମଧ୍ୟରେ ଥିବା ପ୍ରତିଭାର ବିକାଶ ଓ ଉନ୍ମେଷ ଲାଗି ଏହା ଏକ ଉପଯୁକ୍ତ ମାଧ୍ୟମ ହୋଇଥିବାରୁ ଜିଲାର ଅଧିକରୁ ଅଧିକ ଯୁବବର୍ଗଙ୍କୁ ସାମିଲ କରିବା ଲାଗି ପରାମର୍ଶ  ଦେଇଥିଲେ । ନେହେରୁ ଯୁବକେନ୍ଦ୍ରର ଜିଲା ସଂଯୋଜକ ନିଖୁଲ କୋକୁଲା ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଅବଗତ କରାଇଥିଲେ । ଆସନ୍ତା ଡ଼ିସେମ୍ବର ୧୭ ତାରିଖ ରେ ଏହି ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହେବ । ୧୫ରୁ ୨୯ ବର୍ଷର ପ୍ରତିଯୋଗୀଙ୍କ ମଧ୍ୟରେ ବିଜ୍ଞାନ ମେଳା, ପଦ୍ୟ (ହିନ୍ଦୀ/ଇଂରାଜୀ), ଲୋକ ସଙ୍ଗୀତ (ଦଳ),ଲୋକ ସଙ୍ଗୀତ (ଏକାକୀ),ଲୋକ ନୃତ୍ୟ (ଦଳ),ଲୋକ ନୃତ୍ୟ(ଏକାକୀ), ଗଳ୍ପ ଲିଖନ(ହିନ୍ଦୀ/ଇଂରାଜୀ), ଚିତ୍ରାଙ୍କନ, ବକ୍ତୃତା (ହିନ୍ଦୀ/ଇଂରାଜୀ), ଫୋଟୋଗ୍ରାଫି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ଉତ୍ସବ ରେ ଉନ୍ନୀତ କୃତୀ ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବ ରେ ଜଗତସିଂହପୁର ଜିଲ୍ଲା କୁ ପ୍ରତିନିଧିତ୍ଵ କରିବେ।

ପ୍ରତିଯୋଗୀମାନେ ନେହେରୁ ଯୁବକେନ୍ଦ୍ର ଜିଲ୍ଲା ସଂଯୋଜକ ନିଖଲ କୋକୁଲାଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହି ବୈଠକରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଜଗତସିଂପୁର ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା,ରାହାମା ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଶ୍ରୀକୃଷ୍ଣ ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ  କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ଶିକ୍ଷାବିତ ମହେନ୍ଦ୍ର କୁମାର ଆଚାର୍ୟ୍ୟ, ଗଣେଶ୍ଵର ମାଣିଆ, ଉତ୍କଳ ରଞ୍ଜନ ମହାନ୍ତି, ସୁଭାଷ ଚନ୍ଦ୍ର ରାଉତ, ପବିତ୍ର କୁମାର ସୁବୁଦ୍ଧି, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିନିଧି, ସ୍ବାମୀ ବିବେକାନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ପ୍ରତିନିଧି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *