ଅଠର ହଜାର କୋଟି ଟଙ୍କା ବିନିଯୋଗରେ ଡଙ୍କାରି ପାହାଡ ପାଦ ଦେଶରେ ହେବ ତୈଳ ଭଣ୍ଡାର – ମୁଖ୍ୟମନ୍ତ୍ରୀ

ଯାଜପୁର ଜିଲ୍ଲାକୁ ରାଜ୍ୟର ଏକ ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ଆମର ପ୍ରାଥମିକ ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

ଯାଜପୁର, ୦୫/୦୧/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାର ଧର୍ମଶାଳା ମହୋତ୍ସବରେ ମୁଖ୍ୟ ଅଥିତି ଭାବେ ଯୋଗଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଲେ ଯାଜପୁର ଜିଲ୍ଲାରେ ଆଗାମୀ ଦିନରେ ଏକ ଲକ୍ଷ କୋଟି ଟଙ୍କାର ନିବେଶ କରାଯିବ। ଯାଜପୁର ଜିଲ୍ଲାର ଡଙ୍କାରି ପାହାଡ଼ର ପାଦ ଦେଶରେ ଭାରତୀୟ ତୈଳ ନିଗମ ଦ୍ଵାରା ଅଠର ହଜର କୋଟି ଟଙ୍କା ବିନିଯୋଗରେ ତୈଳ ଭଣ୍ଡାର ନିର୍ମାଣ କରାଯିବ। ଏହି ପ୍ରକଳ୍ପରେ ପାଞ୍ଚ ହଜାର ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବା କଳିଙ୍ଗନଗର ଶିଳ୍ପାଞ୍ଚଳର ଟାଟା ପ୍ରକଳ୍ପର ସମ୍ପ୍ରସାରଣ କରାଯିବ।ଐତିହ୍ୟ ଓ ପରମ୍ପରାର ସ୍ମୃତିଚାରଣ ନିମନ୍ତେ ଯାଜପୁର ଜିଲ୍ଲାର ଏହି ପ୍ରୟାସ କୁ ଅନେକ ପ୍ରଶଂସା କରିଥିଲେ। ପ୍ରାଚୀନ ବୌଦ୍ଧ ପୀଠ ଓ ଐତିହ୍ୟ ସମ୍ପନ୍ନ ପବିତ୍ର ଭୂଖଣ୍ଡ ଭାବେ ପରିଚିତ ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି ।ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଏହି ମହୋତ୍ସବ ପାଳନ ହେଉଛି ଆମ ପରମ୍ପରା, କଳା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନକୁ ସମୃଦ୍ଧ କରିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ଏହି ମହୋତ୍ସବ ଏକ ପ୍ରଶଂସନୀୟ ଉଦ୍ୟମ ବୋଲି କହିଥିଲେ।  ଭାରତରେ ସ୍ଵାଧୀନତା ସଂଗ୍ରାମରେ ଧର୍ମଶାଳାର ଯୋଗଦାନ ଉଲ୍ଲେଖ ଯୋଗ୍ୟ ଥିଲା। ଅଞ୍ଚଳର ସଂଗ୍ରାମୀମାନେ ଦେଶ ପାଇଁ ସେମାନଙ୍କର କର୍ତ୍ତବ୍ୟ ନିର୍ବାହ କରିଛନ୍ତି।ଧର୍ମଶାଳା ମାଟିରୁ ଜନ୍ମ ନେଇ ଦେଶ ଓ ଜାତି ପାଇଁ ଅନେକ ଅବଦାନ ରଖିଯାଇଥିବା ସ୍ଵାଧୀନତା ସଂଗ୍ରାମୀଙ୍କୁ ଏହି ଅବସରରେ ମୁଁ ସେମାନଙ୍କ ପ୍ରତି ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ସେ କହିଥଲେ। ଏ ମାଟିରେ ଜନ୍ମ ନେଇଥିବା ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଜଣେ ପ୍ରତିଭା ସମ୍ପନ୍ନ ଶିଶୁ ସାହିତ୍ୟିକ। ଏ ମାଟିରୁ ପ୍ରକାଶ ପାଉଛି ଓଡ଼ିଶାର ଲୋକପ୍ରିୟ ସାହିତ୍ୟ ପତ୍ରିକା ଗୋକର୍ଣିକା। ସ୍ୱାଧୀନତା ଆନ୍ଦୋଳନ ଠାରୁ ଆରମ୍ଭ କରି ଓଡ଼ିଆ ସାହିତ୍ୟ ଓ ରାଜ୍ୟ ରାଜନୀତି କ୍ଷେତ୍ରରେ ଧର୍ମଶାଳା ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିଛି। ରାଜ୍ୟରେ ଏକ କୃଷି ପ୍ରଧାନ ଅଞ୍ଚଳ ଭାବେ ଧର୍ମଶାଳା ଅଞ୍ଚଳର ସ୍ୱତନ୍ତ୍ରତା ରହିଛି। ମା’ ବିରଜା ଓ ପ୍ରଭୁ ଗୋକର୍ଣେଶ୍ୱର୍ ଆଶୀର୍ବାଦରୁ ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ଵ ଅଞ୍ଚଳରେ କୃଷକମାନେ ପ୍ରଚୁର ଫସଲ ଉତ୍ପାଦନ କରିଥାନ୍ତି। ସାମ୍ପ୍ରଦୟିକ ସଦଭାବର ଏକ ସୁନ୍ଦର ଉଦାହରଣ ହେଉଛି ଧର୍ମଶାଳା ଅଞ୍ଚଳ ବୋଲି କହିଥିଲେ। ଇତିହାସର ତଥ୍ୟ ଅନୁଯାୟୀ, ଯାଜପୁର ସହର ସୋମବଂଶୀ ରାଜା ଯଯାତି କେଶରୀଙ୍କ ଦ୍ଵାରା ଶତାବ୍ଦୀରେ ପ୍ରତିଷ୍ଠା ହୋଇଥିଲା। ତଦ୍ଦନୁଯାୟୀ ଜିଲ୍ଲାର ନାମ ଯାଜପୁର ହୋଇଛି । ଓଡ଼ିଶାର ଐତିହ୍ୟ କଳା, ସଂସ୍କୃତି, ସାହିତ୍ୟ, ଇତିହାସ, ସହିତ ଓତପ୍ରୋତ ଭାବେ ଜଡ଼ିତ ଯାଜପୁର ଜିଲ୍ଲାରେ ବହୁ କବି, ସାହିତ୍ୟିକ, ଦାର୍ଶନିକ, ଶିଳ୍ପୀ, କଳାକାର, ବିଦ୍ୱାନ, ପ୍ରଶାସକ, ରାଜନୀତିଜ୍ଞ ଓ କ୍ରୀଡାବିତ୍ ଜନ୍ମଗ୍ରହଣ କରି ଜିଲ୍ଲାକୁ ମହିୟାନ କରିଛନ୍ତି । ଓଡ଼ିଶାର ସବୁଠାରୁ ଅଧିକ ଶିଳ୍ପାୟନ ଜିଲ୍ଲା ହେଉଛି ଯାଜପୁର ଆଜି ଯାଜପୁର କେବଳ ଓଡ଼ିଶା ନୁହେଁ ସାରା ଦେଶରେ ଇସ୍ପାତ ରାଜଧାନୀ ଭାବେ ଖ୍ୟାତି ପ୍ରାପ୍ତ ହୋଇଛି। ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ପୁନଶ୍ଚ ଶ୍ରୀ ମାଝୀ କହିଥିଲେ ଯାଜପୁର ଜିଲ୍ଲାର ତିନି ଗୋଟି ପରିଚୟ ମା ବିରଜା, ଶିଳ୍ପ, ଏବଂ ବୈତରଣୀ ଏହି ତିନୋଟି ପରିଚୟକୁ ଆହୁରି ବିକାଶ କରାଯିବ   ଆମ ସରକାର ସାରା ରାଜ୍ୟରେ ଯେଉଁ ବିକାଶର ଧାରା ଆରମ୍ଭ କରିଛନ୍ତି, ତାହା ଯାଜପୁରରେ ମଧ୍ୟ ଜାରି ରହିବ। ଯାଜପୁର ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ଆମର ପ୍ରାଥମିକ ଲକ୍ଷ୍ୟ ଏହି ଲକ୍ଷ୍ୟକୁ ପୁରଣ କରିବା ପାଇଁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବିଜୁଳି ଓ ଗମନାଗମନ ଭଳି ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଯାଜପୁର ଜିଲ୍ଲାର ସଂସ୍କୃତି ଓ ପରମ୍ପରା ଅନନ୍ୟ। ଯାଜପୁର ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ସାମାଜିକ ତଥା ଅର୍ଥନୈତିକ ବିକାଶକୁ ସୁଦୃଢ କରିବା ପାଇଁ  ସରକାର ପ୍ରତଶ୍ରୁତିବଦ୍ଧ। ଧର୍ମଶାଳା ସହିତ ସମଗ୍ର ଜିଲ୍ଲାର ସର୍ବାଙ୍ଗୀନ ବିକାଶ କରିବା ହେଉଛି ସରକାରଙ୍କର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ମାଝୀ କହିବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଓଡ଼ିଶାର ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସଂପଦ ଚନ୍ଦ୍ର ସ୍ବାଇଁ, ସମବାୟ, ହସ୍ତତନ୍ତ, ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ, କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକ, ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ତଥା ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ଯୋଗଦେଇ ଯାଜପୁର ଏକ ସାହିତ୍ୟ, ସଂସ୍କୃତି, ଓ ଐତିହ୍ୟ ସମ୍ପନ୍ନ ଜିଲ୍ଲା ଭାବେ ମତବ୍ୟକ୍ତ କରିଥିଲେ। ଧର୍ମଶାଳା ମହୋତ୍ସବ ୨୧ ବର୍ଷରେ ପଦାର୍ପଣ କରିଛି। ସଂସ୍କୃତି ହେଉଛି ଆମର ପରିଚୟ। ସ୍ଥାନୀୟ ଐତିହ୍ୟ ସଂସ୍କୃତି ଆଗାମୀ ଯୁବପିଢୀଙ୍କୁ ପ୍ରେରଣା ଯୋଗାଇବ। ଏହି ଉତ୍ସବରେ ଧର୍ମଶାଳା ମହୋତ୍ସବରେ କମିଟିର ସଭାପତି ରବି ନାରାୟଣ ସାହୁ, ସମ୍ପାଦକ ସତ୍ୟପ୍ରିୟ ମହାନ୍ତି ମଞ୍ଚାସୀନ ଥିଲେ। ଶ୍ରୀ ଦେବରାଜ ମିଶ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *