ଗଣପତି ଶିଶୁ ବିଦ୍ୟା ମନ୍ଦିର  ବାର୍ଷିକ ଉତ୍ସବ 

ରଙ୍ଗା ରଙ୍ଗ ନୃତ୍ୟ ଗୀତ ରେ ଝୁମିଲେ ପିଲାମାନେ

ନିଶ୍ଚିନ୍ତକୋଇଲି,୧୦/୦୪/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)-ଗଣପତି ଶିଶୁ ବିଦ୍ୟା ମନ୍ଦିର କେଉଟୁଲୀ ଗୋପୀନାଥ ପୁର ର ଅଷ୍ଟାଦଶ ବାର୍ଷିକ ଉତ୍ସବ ମଙ୍ଗଳବାର ଓ ବୁଧବାର ସନ୍ଧ୍ୟା ରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି ମୁଖ୍ୟ ଅତିଥିଭାବେ ଯୋଗଦେଇ, ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ ରେ ଧ୍ୟାନ ଦେଇ ନିଜକୁ ଜଣେ ଜଣେ ଉତ୍ତମ ନାଗରିକ ଭାବେସୁନାମ ରଖିବାକୁ ପରାମର୍ଶ ଦେଇଥିଲେ ।

 ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ନନ୍ଦ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ, ପୃଷ୍ଠପୋଷକ ସୌରୀ ସ୍ୱାଇଁ,କାର୍ଯ୍ୟକାରୀ ସଭାପତି ବିଜୟା ନନ୍ଦ ପ୍ରଧାନ,ସରପଞ୍ଚ ବିଶ୍ୱ ଭୂଷଣ ନାୟକ, ସମିତି ସଭ୍ୟ ରଞ୍ଜନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ ।   ଉପାଧ୍ୟକ୍ଷା ସସ୍ମିତା ବରାଳ ବିବରଣୀ ପାଠ କରିଥିଲେ ।   ଗଣପତି ଶିଶୁ ବିଦ୍ୟା ମନ୍ଦିର ର ସମ୍ପାଦକ ରଶ୍ମୀକାନ୍ତ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା  କରିଥିଲେ ।

 ବୁଧବାର ସନ୍ଧ୍ୟା ରେ ଅନୁଷ୍ଠିତ ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ବିଦ୍ୟା ବିକାଶ ସମିତି ଓଡିଶା ସଭାପତି ଡ଼. ରମେଶ ଚନ୍ଦ୍ର ଦାଶ, ସମ୍ପାଦକ ଯୋଗେନ୍ଦ୍ର ନାଥ ବସ୍ତିଆ,ପ୍ରଫେସର ମୁରଲୀ ଧର ରାୟ ଗୁରୁ , ତାରାକାନ୍ତ ଅଗସ୍ତି, ସତ୍ୟବାଦୀ ଚୟନୀ ପ୍ରମୁଖ ଯୋଗଦାନ କରି ଉଦବୋଧନ ଦେଇଥିଲେ ।   କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।   ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା ।   କାର୍ଯ୍ୟକ୍ରମ ରେ ସମସ୍ତେ ଗୁରୁମାତା ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *