କଟକ ସଦର,୨୬/୦୪/୨୦୨୬ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୈ।ଜା କଳପଡା ପଞ୍ଚାୟତ କଲ୍ୟାଣୀ ମଣ୍ଡପ ଠାରେ ଆଜି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୩୩ ତମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ ଶୁଣିଲେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ।

ମନ୍ କି ବାତ୍ ଶୁଣିଵା ପରେ ମୋଦିଙ୍କ ପ୍ରେରଣାଦାୟୀ ବାର୍ତ୍ତା ଆଗାମୀ ଦିନରେ ଆମ ସମସ୍ତଙ୍କୁ ସକରାତ୍ମକ ଶକ୍ତି ଦେଵ ବୋଲି ଉପସ୍ଥିତ ଥିବା କାର୍ଯ୍ୟକର୍ତ୍ତା ଓ ବିଜେପି କର୍ମୀମାନଙ୍କୁ ବିଧାୟକ କହିଥିଲେ। ସେହିପରି କନ୍ଦରପୁର ମଣ୍ଡଳରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହୃଷିକେଶ ଜେନାଙ୍କ ତତ୍ତ୍ୱାବଧାନରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
